
୦୨/୧୨/୨୧ (ଜିଲ୍ଲା ଖବର ) : ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଜୱାଦ୍ । ଓ୍ୱେଲ୍ ମାର୍କ ଲୋ ପ୍ରେସରରେ ହେଲା ପରିଣତ । ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ଏକ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏକ ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ଗତିପଥ ନେଇ ଆକଳନ ହୋଇନାହିଁ, ଅବପାତ ପରେ ଏହା ସ୍ପଷ୍ଟ ହେବ । ଆସନ୍ତା ୨୪ ଘଣ୍ଟା ତଥା ୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ “ବାତ୍ୟା” ରୂପ ନେଇପାରେ । ୪ ତାରିଖରେ ଉପକୂଳ ଓଡ଼ିଶାରେ ସର୍ବାଧିକ ପ୍ରଭାବ ପକାଇବ । ୪ ଜିଲ୍ଲା ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁରକୁ ଏଥିପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ବେଗରେ ବହିବ । ଏବଂ ଝଟକା ପବନ ୧୦୦ ଛୁଇଁବା ସମ୍ଭାବନା ରହିଛି । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ଉପକୂଳ ଓଡ଼ିଶାର ସମୁଦ୍ର ମନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନେଇ ସୂଚନା ଦିଆଯାଇଛି ।
ଏବେ ବଙ୍ଗୋପସାଗର ମଧ୍ୟରେ ରହି ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ’ । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରେଳ ବିଭାଗ ମଧ୍ୟ ପଛରେ ନାହିଁ । ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳ ପକ୍ଷରୁ ପ୍ରାୟ ୯୫ ଟ୍ରେନକୁ ବାତିଲ କରାଯାଇଛି । ୩ ଓ ୪ ତାରିଖ ଦୁଇ ଦିନ ଟ୍ରେନ ବାତିଲ ନେଇ ଘୋଷଣା କରିଛି ପୂର୍ବତଟ ରେଲୱେ ।


