Monday, November 16, 2026
Home ଆଞ୍ଚଳିକ ବହୁ ଦିନ ପରେ ବ୍ରହ୍ମପୁରରେ ଗର୍ଜିଲା ବନ୍ଧୁକ ଛୁଟିଲା ଗୁଳି

ବହୁ ଦିନ ପରେ ବ୍ରହ୍ମପୁରରେ ଗର୍ଜିଲା ବନ୍ଧୁକ ଛୁଟିଲା ଗୁଳି

9

ଗଞାମ ,୦୨/୧୨/୨୧(ଜିଲ୍ଲା ଖବର):ଗୋଷାନିନୁଆଁ ଗାଁ ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିରେ ଗୁଳିକାଣ୍ଡ , ସଚିନ ଚୌଧୁରୀ (୨୮)ନାମକ ଯୁବକ ଆହତ । ସଚିନ ରଣ୍ଢା ଠାରେ ପରିବା ବ୍ୟବସାୟୀ କରୁଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି କାଣ୍ଡ ହୋଇଥିବା ସଚିନ ଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ଶାଳିଆ ବନ୍ଧ ସାହିରେ ବି ଏମ୍ ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା । ଉକ୍ତ ସ୍ଥାନରେ ପୁଲିସ ମୁତୟନ ଥିଲେ ଏବଂ ଲୋକ ମଧ୍ୟ ଭିଡ଼ ଥିଲେ । ପୁଲିସ ମୁତୟନ ଥାଇ ମଧ୍ୟ ଉକ୍ତ ଅଞ୍ଚଳରେ ଫୁଟିଲା ଗୁଳି । ସବୁ ଠୁଁ ବଡ଼ କଥା ହେଲା ଗୁଳି ଫୁଟେଇ ଥିବା ଲୋକ ଶିଵ ପାଳ ବୋଲି ଆହତ ହୋଇଥିବା ସଚିନ ଚୋୖଧୁରୀ ଏବଂ ତାଙ୍କ ପରିବାର ବର୍ଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ: କୁନା ମିଶ୍ର