
ଶେରଗଡ଼,୦୧/୧୨/୨୧(ଜିଲ୍ଲା ଖବର): ଶେରଗଡ଼ ଥାନା ଠୁରୁବୁରାଇ ଗ୍ରାମ ବାଲାଜୀ ବଡବନ୍ଧ ନିକଟସ୍ଥ ଚାରିଛକରେ ବୁଧବାର ଅପରାହ୍ନ ସମୟରେ ମୋଟର ସାଇକେଲ ଦୁର୍ଘଟଣାରେ ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସଂପୃକ୍ତ ଗ୍ରାମର ଗଜେନ୍ଦ୍ର ସେଠି(୫୩)ପିତା ଲାଭ ସେଠି l ସୂଚନାନୁସାରେ ଏକ ମୋଟର ସାଇକେଲ ଯୋଗେ ଆଙ୍କୋରଡା ଗ୍ରାମର ତିନିଜଣ ବ୍ୟକ୍ତି ମିଶି କଙ୍କୋରଡା ରାସ୍ତାରେ ଯାଉଥିଲେ l ହଠାତ ଠୁରୁବୁରାଇ ଗ୍ରାମର ଚାରିଛକ ଠାରେ ସମ୍ପୃକ୍ତ ଗ୍ରାମର ଗଜେନ୍ଦ୍ର ସେଠି ସେହି ରାସ୍ତା ଦେଇ ଯାଉଥିବା ସମୟରେ ଆଙ୍କରୋଡା ଗ୍ରାମର ବୁଢା ମଳିକ ଚଳାଉ ଥିବା ମୋଟର ସାଇକେଲ ଓଆର୦୭ଆର ୧୬୩୬ ସହ ମୁହଁମୁହିଁ ଧକ୍କା ହୋଇଛି l ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ଖବର ପାଇ ଶେରଗଡ଼ ଥାନା ଅଧିକାରୀ ମମତା ସାମନ୍ତରାୟ ପୋଲିସ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି । ଏ ନେଇ ଶେରଗଡ଼ ଥାନାରେ ନଂ- ୨୬୧/୨୧ରେ ଏକ ମାମଲା ରୁଜୁ ହୋଇଛି ।
ରିପୋର୍ଟ: ଅଖିଳ କୁମାର ପଟ୍ଟନାୟକ



