Saturday, November 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ଏବଂ ସଚେତନତା ରାଲି (ଏଡସ୍ ରୋଗକୁ ଘୃଣା...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ଏବଂ ସଚେତନତା ରାଲି (ଏଡସ୍ ରୋଗକୁ ଘୃଣା କର, ରୋଗୀକୁ ନୁହେଁ)

22

ଆସିକା ତା ୧/୧୨ (ଜିଲ୍ଲା ଖବର): ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ଏବଂ ସଚ଼େତନତା ରାଲି ବର୍ଣ୍ଣାଢ୍ୟ ପରିବେଶ ଭିତରେ ଆୟୋଜିତ ହୋଇଯାଇଛି। ଏହି ମହାରାଲିକୁ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ସବୁଜ ପତାକା ଦ୍ବାରା ସମ୍ବୋଧିତ କରିଥିଲେ। ଏହି ସଚ଼େତନତା ରାଲି କଲେଜ୍ କ୍ୟାମ୍ପସରୁ ଆରମ୍ଭ ହୋଇ କଲେଜ ଛକ ପର୍ଯ୍ୟନ୍ତ କଲେଜର ଯୁବରେଡକ୍ରସ, ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ବାହିନିର କେଡେଟ୍ସମାନଙ୍କ ଦ୍ବାରା ଅନେକ ସ୍ଳୋଗାନ ତଥା ପ୍ଳାକାର୍ଡ ମାଧ୍ୟମରେ ଲୋକାଭିମୁଖୀ ତଥା ଜନାଦୃତ ହୋଇପାରିଥିଲା। ଏଥିରେ ୟୁଥ୍ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ, ଦେବବ୍ରତ ସାହୁ, ଏନ୍ଏସ୍ଏସ୍ ଅଧିକାରୀ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ପ୍ରଦୀପ ଶବର, ଅଧ୍ୟାପିକା ଡ.ସସ୍ମିତା ପାତ୍ର ତଥା ଏନସିସି ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ ଏବଂ ଆସିକା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏଚ୍ଆଇଭି ଶାଖାର ମୁଖ୍ୟ ଡ. ରାଜେନ୍ଦ୍ର ପାତ୍ର ଏବଂ ଟିମ୍ ଏହି ମହାରାଲିକୁ ପରିଚାଳନା କରିଥିଲେ। ଏହାପରେ କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କଲେଜ ଅଡିଓ ଭିଜୁଆଲ୍ ହାଲରେ ଏଡସ୍ ସଚ଼େତନତା ସଂକ୍ରାନ୍ତୀୟ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ଗୋଷ୍ଠୀ ସ୍ବାସ୍ୟକେନ୍ଦ୍ରର ଏଚ୍ଆଇଭି ଶାଖାର ମୁଖ୍ୟ ଡ. ରାଜେନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଛାତ୍ରଛାତ୍ରୀଙ୍କୁ ଏଡସ୍ ସଚ଼େତନତାର ବାର୍ତ୍ତା ଜ୍ଜ୍ବଳନ୍ତ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ। ସମସ୍ତ ଅତିଥି ଏଡସ୍ ରୋଗକୁ ଘୃଣା କର, ରୋଗୀକୁ ନୁହେଁ ବୋଲି ଦୃଢୋକ୍ତି ବାଢିଥିଲେ ଏବଂ ଏହାର ନିରାକରଣ ବିଷୟରେ ମତ ବ୍ୟକ୍ତ କରିଥିଲେ। ସଚ଼େତବତା ହିଁ ଏକ ମାତ୍ର ପନ୍ଥା ଏବଂ ଏହି ସଚେତନତା ଶିକ୍ଷାର୍ଥୀଙ୍କ ଠାରୁ ଆରମ୍ଭ ହେବା ଉଚିତ୍ ବୋଲି ସମସ୍ତେ କହିଥିଲେ। ବୈଠକରେ ଯୁବରେଡକ୍ରସର ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କ ଦ୍ବାରା ଏଡସ୍ ସଚ଼େତନତା ଏବଂ ଏହାର ନିରାକରଣ ସମ୍ବନ୍ଧୀୟ ଏକ ପଥପ୍ରାନ୍ତ ନାଟକଟି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା। ଏହି ସଚ଼େତନତା କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ବକୃତା, ପ୍ରଶ୍ନୋତ୍ତରୀ (କୁଇଜ୍) ତଥା ଚିତ୍ରାଙ୍କନ ପ୍ରତିଯୋଗିତାମାନଙ୍କର କୃତି ଛାତ୍ର-ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ଅଧ୍ୟାପିକା ଡ. ସସ୍ମିତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।