Wednesday, November 11, 2026
Home ଆଞ୍ଚଳିକ ଧାନ ବିଲରେ ନର କଙ୍କାଳ

ଧାନ ବିଲରେ ନର କଙ୍କାଳ

14

ଆସିକା,୦୧/୧୨/୨୧(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସାଇବବଗଡ଼ ମାଧିଆପଲ୍ଲୀ ରାସ୍ତା ର ଏକ ଧାନ ବିଲରେ ନରକଙ୍କାଳ ପଡିରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଲକୁ ଧାନ କାଟିବାକୁ ଯିବା ବେଳେ ଏହି ନରକଙ୍କାଳ ଦେଖୀବାକୁ ପାଇଥିଲେ ଲୋକେ l କାହାର ଏହି ନରକଙ୍କାଳ? କେମିତି ଏଠାରେ ପଡିଛି ତାହାକୁ ନେଇ ବଡପ୍ରଶ୍ନ ଉଠୁଥିବା ବେଳେ ପୋଲିସ ଏଯାବତ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଭେଟନଇ ଗ୍ରାମ 70 ବର୍ଷୀୟ ବୃଦ୍ଧ ହରି ଗୌଡ଼ ଦୁଇ ମାସ ତଳୁ ନିଖୋଜ ହୋଇଥିବା ରୁ ତାଙ୍କରି ନରକଙ୍କାଳ ହୋଇଥିବା ପରିବାର ଆଶଙ୍କା କରୁଛନ୍ତି.କଙ୍କାଳ ପାଖରେ ପଡିଥିବା ଜୋତା, ବାଡ଼ି ଓ ଜାମା ଦେଖି ପରିବାର ଲୋକ ତାଙ୍କ ବାପା ବୋଲି କହୁଛନ୍ତି.ହରୀଙ୍କ ପୁଅ ଦୀପକ ଗୌଡ଼ଙ୍କ କହିବା ମୁତାବକ ତାଙ୍କ ବାପା ନିଖୋଜ ହୋଇଥିବା ଘଟଣା ବିଷୟରେ ପୋଲିସ ଥାନା ରେ ମଧ୍ୟ ଜଣାଇ ଥିଲେ.ଏବେ ପୋଲିସକୁ ଖବର ଦିଆ ଯାଇଛି ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପରିବାର ପକ୍ଷରୁ କହିଛନ୍ତି।