
ବିଷମକଟକ –୧-୧୨-(ଜିଲ୍ଲା ଖବର): ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଜିଲ୍ଲା ରାଜନୀତିର ଏକ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନି । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ଯିଏ ମନ୍ତ୍ରୀ ସେ ତଳ ଦିନରେ ଜଣେ ସରପଞ୍ଚ ଥିଲେ ଏହି କଥା ଉପସ୍ଥାପନା କରିବାର ମୂଳ ଉଦ୍ଦେଶ୍ୟ ହେଉଛି ବିଷମକଟକ ବ୍ଳକ୍ ହେଉଛି ଜିଲ୍ଲା ରାଜନୀତିର ପ୍ରାଣକେନ୍ଦ୍ର ଓ ରାଜନୀତିରେ ଭାଗ୍ୟ ବଦଳାଇବାରେ ମଧ୍ୟ ଏହି ବ୍ଳକ୍ ବେଶ୍ ପ୍ରସିଦ୍ଧ । ଏହି କଥା ଏଥିପାଇଁ ବିଶ୍ଲେଷଣ କରିବାକୁ ବାଧ୍ୟ ଯେ ବିଷମକଟକର ଜଣେ ଯୁବନେତା,ନିର୍ଭୀକ ସାମ୍ବାଦିକ,ସରଳ, ସହୃଦୟ, ପରୋପକାରି ଏବଂ ଆଦୀବାସୀ(କନ୍ଧ) କୂଳ ସମାଜର ନିଷ୍ଠାପର ବ୍ୟକ୍ତିତ୍ବ ଓ ଦକ୍ଷ ସଂଗଠକ ସହିତ ଜଣେ ଉତ୍ତମ ବକ୍ତାଙ୍କୁ ତ୍ରିସ୍ତରୀୟ ନିର୍ବାଚନକୁ ଆଖି ଆଗରେ ରଖି ଗୌତମ ଉଲ୍ଲାକାଙ୍କୁ ଭାରତୀୟ ଜନତା ପାର୍ଟୀ ତରଫରୁ ଯୁବମୋର୍ଚ୍ଚା ର ଉପସଭାପତି ଭାବେ ଚୟନ କରିଛି । ଗୌତମଙ୍କୁ ଉପସଭାପରି ଭାବେ ଚୟନ କରି ବିଷମକଟକ ମଣ୍ଡଳୀରେ ଜିଲ୍ଲା ବିଜେପି ଏକ ଧମାକା କରିଛି ବୋଲି କହିଲେ ମଧ୍ୟ ଭୁଲ୍ ହେଇନପାରେ କାରଣ ଏକ ନିଶ୍ଟ ଭାବେ ସାମ୍ବାଦିକ କାର୍ଯ୍ୟ ତୁଲେଇ ଭାରତୀୟ ଜନତା ପାର୍ଟୀରେ ସେ ବହୁଦିନ ଧରି ଏକ ତୃଣମୂଳ ସ୍ତରରେ ଜଣେ ସକ୍ରୀୟ କର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ । ଯେଉଁ ସମୟରେ ସେ ଦଳ ପାଇଁ ତୃଣମୂଳ ସ୍ତରରେ ସଂଗଠନ କାର୍ଯ୍ୟ ତୁଲାଇ ଆସୁଥିଲେ ଏବଂ ନିର୍ଭୀକ ସାମ୍ବାଦିକତା କରୁଥିଲେ ତାଙ୍କୁ ସେ ସମୟରୁ ହିଁ ବିରୋଧୀ ଦଳ ପକ୍ଷରୁ ବହୁ ଘାତ ପ୍ରତୀଘାତ ସହିବାକୁ ପଡିଥିଲା କାରଣ କିଛି କୁଚକ୍ରୀ ଗୌତମଙ୍କ ନିର୍ଭୀକ ଓ ସତ୍ୟପାଇଁ ଲଢେଇରେ ଯେଉଁ ଭଳି କାର୍ଯ୍ୟକଳାପ କରିଆସୁଥିଲେ ତାହା ବିରୋଧୀଙ୍କ ମନରେ ଭୟ ସୃଷ୍ଟି କରୁଥିଲା ତେଣୁ ଗୌତମଙ୍କୁ ହାରାସ୍ କରେଇବାକୁ ବିରୋଧୀ ସୁନିୟୋଜିତ ପନ୍ଥା ଆପଣେଇ ଥିଲେ । କାରଣ ହେଉଛି ବିଷମକଟକ ଅଞ୍ଚଳ ରେ ଗୌତମ କହିବାକୁ ଗଲେ ଏକ ରକମରେ ଯୁବକ ମାନଙ୍କ ଏକ ଆଦର୍ଶ ପାଲଟିଯାଇଛନ୍ତି କାରଣ ହେଉଛି ସେବା ମନୋବୃତ୍ତି ପାଇଁ ଅଞ୍ଚଳ ର ଯେଉଁଠି ବି ଗରୀବ ଲୋକଙ୍କ କିଛି ଅସୁବିଧା ଥାଏ ତାଙ୍କ ପାଖକୁ ଯାଇ ସାହାଯ୍ୟ କରିଥାନ୍ତି ଏକଥା ବିଗତ ଦିନର ମହାମାରୀ କରୋଣା ସମୟର ଲକଡାଉନ୍ ସମୟରେ ଦେଖିବାକୁ ମିଳିଥିଲା ଏହିଭଳି କାର୍ଯ୍ୟ ପାଇଁ ଯୁବକ ଭାଇ ମାନେ ତାଙ୍କ ସମର୍ଥନରେ ସବୁ ବେଳେ ସବୁ ସମୟରେ ଥିବା ଦେଖିବାକୁ ମିଳିଛି । ଏହି ଭଳି ଭାବେ ଅଞ୍ଚଳ ତଥା ସାରା ବ୍ଳକ୍ ରେ ଗୌତମଙ୍କ ନାଁ ବେଶ୍ ଜଣାଶୁଣା ହୋଇଉଠିଛି । ସବୁ ଠାରୁ ବଡ କଥା ଯେ ଏହିଭଳି ତ୍ରିସ୍ତରୀୟ ନିର୍ବାଚନ ପୁର୍ବରୁ ଜିଲ୍ଲା ବିଜେପି ଯେଉଁ ଗୋଟି ଚାଳନା କରିଛି ବିଷମକଟକ ବ୍ଲକ୍ ତଥା ଜିଲ୍ଲାରେ ସେଥିରେ ନିଶ୍ଚିତ ଭାବେ ବିରୋଧୀ ଦଳଙ୍କ ଶିବିରରେ ଏହା ଏକ ଚିନ୍ତାଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ମୂଳରୁ ହିଁ ଗୌତମ ଉଲ୍ଲାକା ବିଜେପିର ସକ୍ରିୟ କର୍ମକର୍ତା ଥିଲେ ମଧ୍ୟ ବିଜେଡି ବହୁତ ଥର ତାଙ୍କୁ ନିଜ ଦଳକୁ ନେବାକୁ ପ୍ରଚେଷ୍ଚା କରିଥିଲେ ମଧ୍ୟ ବିଫଳ ହେଇଛି ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ


