Thursday, November 12, 2026
Home ଆଞ୍ଚଳିକ ବିଶ୍ବ ଏଡ୍ସ ଦିବସ ପାଳିତ

ବିଶ୍ବ ଏଡ୍ସ ଦିବସ ପାଳିତ

65

ଗୁଣପୁର, ୦୧/୧୧/୨୧(ଜିଲ୍ଲା ଖବର) : ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ ଆଜି ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସଭାପତିତ୍ବ କରିଥିଲେ । ଏଡ୍ସର ଭୟାବହତା ଓ ଏଡ୍ସ ଦିବସ ପାଳନର ଆବଶ୍ୟକତା ସଂପର୍କରେ ସେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଆଇସିଟିସିର ପରାମର୍ଶଦାତା ଶ୍ରୀମତୀ ସସ୍ମିତା ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏଡ୍ସ ସଂପର୍କରେ ସଚେତନ କରିଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ଅଂଶଗ୍ରହଣ କରି ଏଡ୍ସର ଭୟାବହତା ଓ ନିରାକରଣ ସଂପର୍କରେ କହିଥିଲେ । 2030 ସୁଦ୍ଧା ବିଶ୍ବକୁ ଏଡ୍ସ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ ।ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ସଭାକୁ ପରିଚାଳନା କରିଥିଲେ ।ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଏ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି AIDS, NO AIDS ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲାଡି ଅକ୍ଷୟ, ଅନୁ,ଦୀପ୍ତି, ଅଞ୍ଜନା, ସ୍ନିଗ୍ଧା, ମିନୁ, ବର୍ଷାରାଣୀ, ଚନ୍ଦ୍ରକାନ୍ତ, ନିଖିଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପି.ତରୁଣ ଏଡ୍ସ ଉପରେ ଏକ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଡ୍ସ ସଚେତନତା ଉପରେ ଏକ ଭିଡିଓ ମଧ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି