ଦୃଷ୍ଟିହୀନ ଅସହାୟ ଗରିବ ରେବତୀଙ୍କ  ପାଇଁ  ସମାଜସେବୀ ଙ୍କ ଆକୁଳ ନିବେଦନ

64

ଅନୁଗୋଳ,୩୦/୧୧/୨୧(ଜିଲ୍ଲା ଖବର): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ  ଆଲୋରି ପଞ୍ଚାୟତ ବୁରୁବୁରା ଗ୍ରାମର ଦୃଷ୍ଟିହୀନ ରେବତୀ ନାଏକ , ଭଙ୍ଗାଦଦରା ଘରେ  ଜୀବନ ବିତୁଛି , ସରକାରୀ ଯୋଜନା ମିଳୁଛି କହିଲେ କେବଳ ଦିବ୍ୟାଙ୍ଗ ଭତ୍ତା ୫୦୦ ଟଙ୍କା ମିଳୁଛି ,ସେହି ୫୦୦ ଟଙ୍କାରେ ଜୀବନ ବିତୁଛି ,  ନା ,ଅଛି ରାସନ କାର୍ଡ ନା,ଅଛି ଆଧାର କାର୍ଡ,  ରାସନ ଚାଉଳ ରୁ ବଞ୍ଚିତ , ରାସନ ଚାଉଳ ମିଳୁନାହିଁ ,ଦୃଷ୍ଟିହିନ ରେବତୀ ନାଏକ ବାରମ୍ବାର ଗୁହାରୀ କଲାପରେ ମଧ୍ୟ କାହା ନଜରରେ ଆସୁନାହିଁ ଦୃଷ୍ଟିହିନ ରେବତୀ ଙ୍କ ର  ହୃଦୟବିଦାରକ ଦୃଶ୍ୟ,  କେମିତି ଚଳିବେ ମାସ ସାରା  ୫୦୦ ଟଙ୍କା ,  ଏ ବିଷୟରେ ଖବର ପାଇ ଭାରତୀୟ ମାନବାଧିକାର ପରିଷଦ ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ରେବତୀ ଙ୍କ ଘରକୁ ପହଂଚି ଥିଲେ,  ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଏ ସବୁ ଦେଖି  ବହୁତ କଷ୍ଟ ଅନୁଭବ କଲେ,ଏବଂ  ପାଲଲହଡା ର ବିଡ଼ିଓ ଙ୍କ ସହିତ ଫୋନ୍ ମାଧ୍ୟମରେ ପ୍ରତିକ୍ରିୟା ନେଲେ ,ପାଲଲହଡା ର ବିଡ଼ିଓ ମହୋଦୟ ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ   ଙ୍କ ସହିତ କଥାବାର୍ତ୍ତା ହେଲେ କହିଲେ ମୁଁ ତ ନୁଆଁ ଏବେ ଆସିଛି ଏ ବିଷୟରେ ଜାଣି ନାହିଁ  କିନ୍ତୁ ମୁଁ  ସେ ଦୃଷ୍ଟିହୀନ ରେବତୀ ଙ୍କ କଥା ବୁଝିବି ,  ଏଠି ପ୍ରଶ୍ନ ଉଠୁଛି ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ବିଧାୟକ ଙ୍କ  ଲିଷ୍ଟ୍ ରେ କ’ଣ ଦୃଷ୍ଟିହିନ ରେବତୀ ଙ୍କ ନାମ ନାହିଁ, ସରପଞ୍ଚ ଗାଦି ଶେଷ ହେଲାଣି କିନ୍ତୁ ଦୁର୍ଭାଗ୍ୟ ବଶତଃ ଏପର୍ଯ୍ୟନ୍ତ ସରପଞ୍ଚ ବାବୁ , ରାସନ ଚାଉଳ ,କିମ୍ବା ଘର ଆବାସ ଯୋଜନା ଟିଏ ଦେଇ ପାରିଲେ ନାହିଁ, ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ କାହା ପାଇଁ ହେଇଛନ୍ତି ,ପଞ୍ଚାୟତ କୁ ଏତେ ସବୁ ଯୋଜନା ଆସୁଛି କାହା ପାଇଁ ,ଯଦି ଗୋଟିଏ ଅସହାୟ ଗରିବ ଦୃଷ୍ଟିହୀନ ସରକାରୀ ଯୋଜନା ରୁ ବଞ୍ଚିତ ତାହେଲେ ଏତେ ସବୁ ମାଳ ମାଳ ଯୋଜନା ଯାଉଛି କୁଆଡ଼େ,  ଦୃଷ୍ଟିହୀନ ରେବତୀ ଙ୍କ ହୃଦୟ ବିଦାରକ ଦୃଶ୍ୟ କେବେ ପଡିବ ବିଧାୟକ ଙ୍କ ନଜରରେ ଏବଂ କେବେ ଯୋଜନା ଦେବେ ସ୍ଥାନୀୟ ସରପଞ୍ଚ ,  ଦୃଷ୍ଟିହୀନ ରେବତୀ ଙ୍କ ର ହୃଦୟ ବିଦାରକ ଦୃଶ୍ୟ ଦେଖି ଭାରତୀୟ ମାନବାଧିକାର ପରିଷଦ ଜାତୀୟ କାର୍ଯରତ ସଭାପତି ତଥା  ସମାଜ ସେବୀ  ଦୁଖବନ୍ଧୁ ବିଶ୍ୱାଳ  ନିଜେ ସାହାଯ୍ୟ ସହଯୋଗ ର ହାତ ବଢାଇ ପ୍ରଶାସନ ଙ୍କୁ ଆକୁଳ ନିବେଦନ କରିଛନ୍ତି କି ରେବତୀ ଙ୍କୁ ,ରାସନ ଚାଉଳ ଅନ୍ତଦୋୟ ଯୋଜନା ୩୫ କିଲୋ ଚାଉଳ ରେ ଅନ୍ତର୍ଭୁକ୍ତ କରାନ୍ତୁ ଏବଂ ଆବାସ ଯୋଜନା ଘରଟିଏ ଦିଅନ୍ତୁ ଏବଂ ଭତ୍ତା ୫୦୦ଟଙ୍କା ମିଳୁଛି ତାକୁ ଦିବ୍ୟାଙ୍ଗ ଭତ୍ତା ଅନୁସାରେ ୭୦୦ଟଙ୍କା ଭତ୍ତା ଦିଅନ୍ତୁ ବୋଲି  ସରକାର ଙ୍କ ପାଖରେ ଦାବି କରିଛନ୍ତି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ।


ନାମ- ରେବତୀ ନାଏକ
ବାପା- ନନ୍ଦ ନାଏକ
ଗାଁ-ବୁରୁବୁରା
ପଞ୍ଚାୟତ- ଆଲୋରି
ବ୍ଲକ- ପାଲଲହଡା
ଜିଲ୍ଲା ଅନୁଗୋଳ

ରାସନ କାର୍ଡ ନାହିଁ ଆଧାର କାର୍ଡ ନାହିଁ , ରାସନ ଚାଉଳ ମିଳୁନାହିଁ ,
କେବଳ ମିଳୁଛି କହିଲେ ଦିବ୍ୟାଙ୍ଗ ଭତ୍ତା ମିଳୁଛି ୫୦୦  ଘର କହିଲେ ଭଙ୍ଗାଦଦରା ଘରେ ଜୀବନ ବିତୁଛି