
ଗୁଣପୁର,୩୦/୧୧/୨୧(ଜିଲ୍ଲା ଖବର):ଗୁଣପୁର ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ରାମକୃଷ୍ଣ ବାଉରୀଙ୍କୁ ମହାବିଦ୍ୟାଳୟ ତରଫରୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସଭାପତିତ୍ବ କରିଥିଲେ । ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ସଭାକାର୍ଯ୍ଯକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟରେ ଅତିବାହିତ କରିଥିବା ମୁହୂର୍ତ୍ତମାନଙ୍କର ସ୍ମୁତିଚାରଣ ପୂର୍ବକ ଶ୍ରୀଯୁକ୍ତ ବାଉରୀଙ୍କ କର୍ତ୍ତବ୍ୟ ପରାୟଣତା ତଥା ସତ୍ୟନିଷ୍ଠତା ଓ ଦାୟିତ୍ୱ ନିର୍ବାହନର ସଫଳତା ସଂପର୍କରେ ମହାବିଦ୍ୟାଳୟର କର୍ମକର୍ତ୍ତାମାନେ ନିଜ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସେହିପରି ତାଙ୍କର ଅବସରକାଳୀନ ଭବିଷ୍ୟତ ଜୀବନ ସୁଖମୟ ହେବା ପାଇଁ ସମସ୍ତେ ଶୁଭକାମନା ଜଣାଇଥିଲେ । ଏହି ସଭାରେ ପ୍ରାଧ୍ୟାପକ ଡକ୍ଟର ନୀଳମାଧବ ଦାଶ, ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ, ପ୍ରାଧ୍ୟାପକ ଶଶିଭୂଷଣ, ପ୍ରାଧ୍ୟାପକ ନିରଞ୍ଜନ ଚାନ୍ଦ, ମହାନ୍ତି, ଅଧ୍ୟାପକ ଜଗନ୍ନାଥ ଦୀପ୍, ଅଧ୍ୟାପକ ଡୋଳାମଣି କୁମ୍ଭାର , ଡକ୍ଟର ସତ୍ଯବାନ ଗରଡ଼ା, ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ଦିପ୍ତିମୟୀ ବଡ଼ରଇତା, ଖେଳ ଶିକ୍ଷକ ଦେବ ପ୍ରସାଦ ପାଢ଼ୀ, ଶ୍ରୀଯୁକ୍ତ ଜି.ସୁଧାକର ରାଓ, ଶ୍ରୀଯୁକ୍ତ ଗଣପତି ଶବର,ଶ୍ରୀମତୀ ଏନ. ହେମଲତା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି


