
ବିଷମକଟକ–୩୦-୧୧- (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଏମ୍ ଇ ସ୍କୁଲର ପ୍ରଧାନ ଶିକ୍ଷକ ଦେବାର୍ଚ୍ଚନ ସାହୁ ଙ୍କୁ ମଙ୍ଗଳବାର ଦିନ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଷମକଟକ ଶିକ୍ଷା ଅଧିକାରୀ ଶ୍ରୀ ବଟକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରକାଳୀନ ହାଟମୁନିଗୁଡା ଏମ୍ ଇ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ପୁଷ୍ପ ମାଲ୍ୟ ଦେଇ ସମ୍ମାନିତ କରିଥିଲେ। ଏହି ପ୍ରଧାନ ଶିକ୍ଷକ ଙ୍କ ଅବସର ସମ୍ବର୍ଦ୍ଧନା ସଭାରେ ଆଞ୍ଚଳିକ ସାଧନା କେନ୍ଦ୍ର ହାଟମୁନିଗୁଡା ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ, ବିଡି ସଂଘ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ , ଏବଂ ହାଟମୁନିଗୁଡା ଏମ୍ ଇ ସ୍କୁଲ ର ସମସ୍ତ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।। ଏହି କାର୍ଯ୍ୟ କ୍ରମ ଟିକୁ ହାଟମୁନିଗୁଡା ଏମ୍ ଇ ସ୍କୁଲ ର ଶିକ୍ଷକ ଉଦୟ ଚନ୍ଦ୍ର ଲାବଲା, ଆରତି ମିଶ୍ର, ମିନତୀ ଗୈଡ,ସୁସସ୍ମିତା ପ୍ରଧାନ, ପୁରନ୍ଦ୍ର ଓଡାକା ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ପ୍ରସନ୍ନ କୁମାର










