Wednesday, October 14, 2026
Home ଆଞ୍ଚଳିକ ମୋ ନିବେଦନ ମୋ ଗାଁରେ ତହସିଲ କାର୍ଯ୍ୟାକ୍ରମ ।

ମୋ ନିବେଦନ ମୋ ଗାଁରେ ତହସିଲ କାର୍ଯ୍ୟାକ୍ରମ ।

156

ଆସିକା (ଜିଲ୍ଲା ଖବର) : ଆସିକା ଗଙ୍ଗାପୁର ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇସାରିଛି ମୋ ନିବେଦନ ଏବଂ ମୋ ଗାଁରେ ତହସିଲ୍ କାର୍ଯ୍ୟକ୍ରମ। ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମ ଦ୍ବାରା ଜନସାଧାରଣଙ୍କ ନିକଟରେ ପ୍ରଶାସନିକ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ପହଞ୍ଚାଇବା ଦିଗରେ ପଦକ୍ଷେପ ନେଇଥାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ଆସିକା ବିଡିଓ ସତ୍ୟ ସୁନ୍ଦର ରାଉତ ଏବଂ ତହସିଲଦାର ଆଶୋତୋଷ ଗୈାରବ କର , ସିଡିପିଓ ଭାରତୀ ମହାପାତ୍ର , ସାମାଜିକ ମଙ୍ଗଳ ଅଧିକାରୀ ପି.ପଦ୍ମା ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ପଞ୍ଚାୟତର ସରପଞ୍ଚ ସନିଳା ବେହେରା ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ୭ଜଣ, ଇନ୍ଦିରା ଆବାସ ନିମନ୍ତେ ୧୭ଜଣ ଏବଂ ରାସନ୍ କାର୍ଡ ନିମନ୍ତେ ଜଣେ ଆବେଦନକାରୀ ଦରଖାସ୍ତ କରିଥିବା ଜଣାପଡିଛି।

ରିପୋର୍ଟ/ ରତ୍ନାକର ଶିଅ ।