Sunday, November 15, 2026
Home ଆଞ୍ଚଳିକ ୯୭ ହଜାର ପଦବୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଏହି ରାଜ୍ୟ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

୯୭ ହଜାର ପଦବୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଏହି ରାଜ୍ୟ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

20

ନୂଆଦିଲ୍ଲୀ, ୩୦/୧୧/୨୧ (ଜିଲ୍ଲା ଖବର) : ରାଜ୍ୟରେ ପ୍ରାୟ ୯୭ ହଜାର ପଦବୀ ପୂରଣ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତ୍ୱରିତ ଓ ତ୍ରୁଟିପୂର୍ଣ୍ଣ ଭାବେ ସମସ୍ତ ପରୀକ୍ଷାର ଆୟୋଜନ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ଏହି ସମସ୍ତ ନିଯୁକ୍ତି ଦିଆଯିବ । ଯଦି ଆବଶ୍ୟକ ହୁଏ, ତେବେ ନିୟମରେ ସଂଶୋଧନ ଓ ସରଳୀକରଣ କରାଯିବ । କୌଣସି ପରିସ୍ଥିତିରେ ବି ଏହି ନିଯୁକ୍ତି ପ୍ରକ୍ରିୟା ଅଟକିବ ନାହିଁ ବୋଲି ଆରପିଏସସିର ନବନିର୍ମିତ ଭବନର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନିଯୁକ୍ତିକୁ ତ୍ରୁଟିପୂର୍ଣ୍ଣ ରଖିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ନିଯୁକ୍ତି ପ୍ରକ୍ରିୟା ଅଧାରେ ଅଟକି ରହିବା କାରଣରୁ ଅନେକ ଆଶାୟୀଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷ ଦେଖାଯାଉଛି । ତେଣୁ ବର୍ତ୍ତମାନ ସେସବୁ ସମସ୍ୟାକୁ ଦୂର କରିବା ନିମିତ୍ତ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।