
ନୂଆଦିଲ୍ଲୀ, ୩୦/୧୧/୨୧ (ଜିଲ୍ଲା ଖବର) : ଆରମ୍ଭ ହୋଇ ଯାଇଛି ବିବାହ ଋୁତୁ । ଏହାକୁ ନେଇ ବି-ଟାଉନରେ ଏବେ ମାହୋଲ ବେଶ ସରଗରମ ରହିଛି । ନିକଟରେ କିଛି ସେଲିବ୍ରେଟି ହାତରୁ ଦିହାତ ହୋଇଛନ୍ତି । ଆଉ କିଛି ସେଲିବ୍ରେଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁ ଯୋଡି ହୋଇଛି । ସେ ଖୁବଶୀଘ୍ର ଭାଇଜାନ୍ ସଲମାନ ଖାନ୍ଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି । ଏନେଇ ବି-ଟାଉନ୍ରେ ଟୁପୁରୁ ଟାପୁରୁ ଚାଲିଛି ।
ସଲମାନ ଖାନଙ୍କ ସମ୍ପର୍କୀୟ ତଥା ସେଲିବ୍ରେଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ବିବାହ କରିବେ ସୋନାକ୍ଷୀ । ଦୁହେଁ ଦୀର୍ଘ ଦିନ ଧରି ଡେଟ୍ କରୁଛନ୍ତି । ଆଉ ଏହି ଡେଟିଂ ଏବେ ବିବାହରେ ପରିଣତ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି ।
ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ ମିଡିଆ ସାମ୍ନାରେ କେବେ ଖୁଲାସା କରିନାହାନ୍ତି । ହେଲେ ଉଭୟେ ଅନେକ ସେଲିବ୍ରେଟି ପାର୍ଟିରେ ଏକାଠି ନଜର ଆସିଛନ୍ତି ।
ତେବେ ବଣ୍ଟି ସାଜଦେହ ହେଉଛନ୍ତି ସଲମାନଙ୍କ ଘନିଷ୍ଟ ସମ୍ପର୍କୀୟ । ସେ ତାଙ୍କ ଭାଇ ସୋହେଲ ଖାନ୍ଙ୍କ ଶାଳକ । ସୋହେଲଙ୍କ ପତ୍ନୀ ସୀମା ଖାନ୍ଙ୍କ ନିଜ ଭାଇ ହେଉଛନ୍ତି ବଣ୍ଟି ।


