Sunday, November 15, 2026
Home ଆଞ୍ଚଳିକ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାମନ୍ଥା ରୁଥ୍ ପ୍ରଭୁ

ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାମନ୍ଥା ରୁଥ୍ ପ୍ରଭୁ

7

ନୂଆଦିଲ୍ଲୀ,୩୦/୧୧/୨୧ (ଜିଲ୍ଲା ଖବର) : ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିକଟରେ ତାଙ୍କ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କ ଛାଡପତ୍ର ହୋଇଛି । ଛାଡପତ୍ର ହେବା ପରଠାରୁ ନିଜର ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସାମନ୍ଥା । ତେବେ ଖବର ଅନୁଯାୟୀ, ଛାଡପତ୍ର ପରେ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହେବା ଆରମ୍ଭ ହୋଇଛନ୍ତି ।

ଖୁବଶୀଘ୍ର  ସେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହଲିଉଡ ନିର୍ଦ୍ଦେଶକ ଫିଲିପ୍‌ ଜନ୍‌ଙ୍କ ଫିଲ୍ମ ‘ଆରେଞ୍ଜମେଣ୍ଟ ଅଫ୍‌ ଲଭ’ରେ ସେ କାମ କରିବେ । ଏହି ଫିଲ୍ମରେ ସମନ୍ଥାକୁ ଜଣେ ସମଲିଙ୍ଗୀ ଚରିତ୍ରରେ ଦେଖିବାକୁ ମିଳିବ ।

ତେବେ ଏହାକୁ ନେଇ ସାମନ୍ଥା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଅନେକ ବର୍ଷ ଧରି ଫିଲିପ୍‌ଙ୍କ ପ୍ରୋଜେକ୍ଟଗୁଡ଼ିକୁ ଅତି ନିକଟରୁ ଅନୁସରଣ କରୁଛି। ମୁଁ ଏହାକୁ ନେଇ ବହୁତ୍ ଏକ୍ସସାଇଟେଡ ଅଛି ବୋଲି ସେ କହିଛନ୍ତି ‘ ।