ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ମାଓବାଦୀଙ୍କ ଆହ୍ୱାନ

7

କନ୍ଧମାଳ,୩୦/୧୧/୨୧ (ଜିଲ୍ଲା ଖବର) : କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଣି ସ୍ଥିତି ଜାହିର କଲା ଲାଲ୍ ବାହିନୀ । ବାଟାଗୁଡା, ରେବିଙ୍ଗିଆ, ମିଡ଼ିଆପାଙ୍ଗା ଓ ବାରଖମାର ବିଭିନ୍ନ ସ୍ଥାନରେ କେ.କେ.ବି.ଏନ ମାଓ ସଂଗଠନର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ଆହ୍ୱାନ । ଜଙ୍ଗଲକୁ ଏକମାସ ପର୍ଯ୍ୟନ୍ତ ନଯିବାକୁ ପୋଷ୍ଟର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ନିବେଦନ କରିଛି ସଂଗଠନ  । ଗଞ୍ଜେଇ ଚାଷ ନଷ୍ଟ କରିବା ଉଦ୍ଦେଶ୍ୟରେ ମାଓ ଦମନକୁ ବିରୋଧ କରିବା ସହ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାଧ୍ୟମରେ କୁହାଯାଇଛି ।