
୩୦/୧୧/୨୧ (ଜିଲ୍ଲା ଖବର) : ଆସନ୍ତାକାଲି ଭେଙ୍କୟା ନାଇଡୁଙ୍କୁ ଭେଟି ପାରନ୍ତି ନିଲମ୍ବିତ ୧୨ ସାଂସଦ। ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ ହୋଇଥିବା ୧୨ ଜଣ ସାଂସଦ ଆସନ୍ତାକାଲି ଗୃହର ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁଙ୍କୁ ଭେଟିବାର ସମ୍ଭାବନା ରହିଛି।
ମୌସୁମୀ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ନିଲମ୍ବନ ହୋଇଛନ୍ତି ୧୨ ଜଣ ସାଂସଦ । ୧୨ ଜଣ ସାଂସଦଙ୍କ ନିଲମ୍ବିତକୁ ନେଇ ଆସନ୍ତାକାଲି ବିରୋଧୀ ଦଳ ବୈଠକ କରିବ। ବିରୋଧୀ ଦଳ ନେତା ମଲ୍ଲିକର୍ଜୁନ ଖଡ଼ଗେ ବୈଠକ ଡାକିଛନ୍ତି।
ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବେ ବିରୋଧୀ ଦଳ। ସସପେଣ୍ଡ୍ ହୋଇଥିବା ସାଂସଦମାନେ ହେଲେ – ସିପିଆଇଏମର ଏଲମାରମ କରିମ, କଂଗ୍ରେସର ଫୁଲୋଦେବୀ ନେତମ, ଛାୟା ବର୍ମା, ଆର. ବୋରା, ରାଜମଣୀ ପଟେଲ, ସୟେଦ ନାସିର ହୁସେନ ଓ ଅଖିଳେଶ ପ୍ରସାଦ ସିଂ, ସିପିଆଇର ବିନୟ ବିଶ୍ବମ୍, ତୃଣମୂଳ କଂଗ୍ରେସର ଡୋଲା ସେନ୍ ଓ ଶାନ୍ତା ଛେତ୍ରୀ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଓ ଅନୀଲ ଦେଶାଇ ।


