Sunday, November 15, 2026
Home ଆଞ୍ଚଳିକ ବଦଳିଲେ ସାମାଜିକ ଗଣମାଧ୍ୟମ ଟ୍ୱିଟରର ମୁଖ୍ୟ

ବଦଳିଲେ ସାମାଜିକ ଗଣମାଧ୍ୟମ ଟ୍ୱିଟରର ମୁଖ୍ୟ

9

୩୦/୧୧/୨୧ (ଜିଲ୍ଲା ଖବର)  : ବଦଳିଲେ ସାମାଜିକ ଗଣମାଧ୍ୟମ ଟ୍ୱିଟରର ମୁଖ୍ୟ। ଭାରତୀୟ ବଶୋଂଦ୍ଭବଙ୍କୁ ମିଳିଲା ସିଇଓ ଦାୟିତ୍ୱ । ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡରେସ ନିଜ ପଦରୁ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ପରାଗ ଅଗ୍ଓ୍ୱାଲଙ୍କୁ ସିଇଓ ପଦରେ ନିଯୁକ୍ତ କରାଯାଇଛି। ପରାଗ ଏବେ ଟ୍ୱିଟରର ମୁଖ୍ୟ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟରତ।

ଭାରତୀୟ ବଶୋଂଦ୍ଭବ ପରାଗ ଅଗ୍ରଓ୍ବାଲ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ବେଳେ 2011ରେ ଟ୍ୱିଟରରେ ଚାକିରୀ କରିଥିଲେ।