Tuesday, October 13, 2026
Home ଆଞ୍ଚଳିକ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

20

ସମ୍ୱଲପୁର,୩୦/୧୧/୨୧ (ଜିଲ୍ଲା ଖବର) : ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ରେଢାଖୋଲ ବ୍ଲକ ଚାରମାଳ ମଣ୍ଡଳର ବଡମାଳଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଅଞ୍ଚଳର ଚାଷୀ ସଂଗଠନର ଅନେକ ସଦସ୍ୟ ସମେତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଅନେକ ମହିଳା ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଏହି ମିଶ୍ରଣ ପର୍ବରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ଉପସ୍ଥିତ ଥାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକ ବିଷୟରେ ଆଲୋକପାତ କରିବା ସହ ବିଜେପି ଦଳ ପ୍ରତି ଜନସାଧାରଣ ଆସ୍ଥା ପ୍ରକଟ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ।