
ବ୍ରହ୍ମପୁର,୩୦/୧୧/୨୧ (ଜିଲ୍ଲା ଖବର) : ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଲାଗି ରହିଛି ବର୍ଷା ଏବଂ ବନ୍ୟାର ତାଣ୍ଡବଲୀଳା । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନ୍ୟ କେତେକ ଅଂଚଳରେ ଲାଗି ରହିଛି ବର୍ଷା ଏବଂ ପାଣି ଘେରରେ ରହିଛି ସହର । ପାଣିପାଗ ବିଭାଗ ତରଫରୁ ତାମିଲନାଡ଼ୁରେ ପୁଣି ଭିଷଣ ବର୍ଷାର ଭବିଷ୍ୟବାଣୀ କରାଯାଇଛି । ତାମିଲନାଡୁ ଏବଂ ପୁଡୁଚେରୀରେ ବନ୍ୟାର ତାଣ୍ଡବଲୀଳା
୧୯ ଟି ଜିଲ୍ଲାରେ ସ୍କୁଲ କଲେଜ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁଡୁଚେରୀରେ ମଧ୍ୟ ସ୍କୁଲ କଲେଜ୍ ବନ୍ଦ ରହିଛି ।ଚେନ୍ନାଇ ସହରର ଅଧିକାଂଶ ଅଂଚଳରେ ପାଣି ବୁଡ଼ି ରହିଥିବାରୁ ସମସ୍ୟା ଘେରରେ ରହିଛନ୍ତି ଲୋକମାନେ ।


