
ଗଞ୍ଜାମ ,୨୯/୧୧/୨୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପଚାକ ପାଚିକା ସଂଘର ଆଜି ମହାସଭା ବ୍ରହ୍ମପୁର ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି |ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଭାଚୁଆଲ ରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ବିଜୁ ଶ୍ରମିକ ସମ୍ମୁଖ ଆନୁକୂଲ୍ୟରେ ନିଖିଳ ଓଡିଶା ସମ୍ମୁଖ ଆନୁକୂଲ୍ୟରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପଚାକ ପାଚିକା ମହାସଂଘ ର ସମ୍ମିଳନୀ ରେ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ ମହୋଦୟ, ରାଜ୍ୟ ସଭା ସାଂସଦ ତଥା ଶ୍ରମିକ ବୋର୍ଡ଼ ର ମହା ସଚିବ ଶ୍ରୀ ସୁବାଷ ସିଂ ମହୋଦୟ, ରାଜ୍ୟ ଶ୍ରମକ ବୋର୍ଡ଼ ର ଅଧକ୍ଷା ତଥା ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚୌଉ ପଟ୍ଟନାୟକ ମହୋଦୟ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ଶ୍ରୀ ସୁଭାଷ ଚନ୍ଦ୍ର ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ମହାରଣା, ମହିଳା ନେତ୍ରୀ ସାଙ୍ଗମିତ୍ରା ଦଳେଇ, ଭବାନୀ କାନ୍ତ ସାହୁ, ସୁରେଶ ତ୍ରିପାଠୀ ଙ୍କ ସମେତ ବିଜୁ ଶ୍ରମିକ ସଂଗଠନ ଓ ପଚାକ ପାଚିକା ଜିଲ୍ଲା ଓ ରାଜ୍ୟ ସ୍ତରର ନେତୃବୃନ୍ଦ ଯୋଗ ଦେଇ ପଚାକ ପାଚିକା ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ |ଦାବି ଗୁଡିକ ହେଲା 1. ଓଡିଶା ସରକାରଙ୍କ ଘୋଷିତ ସର୍ବନିମ୍ନ ମଞ୍ଜୁରୀ ଟ 275/-ଆମ୍ଭ ପାଇଁ ଲାଗୁ କରାଯାଇ ଉକ୍ତ ପ୍ରକାରେ ମାସିକ ଟ.8.250.00 ଦରମା ଲାଗୁ କରାଯାଉ |2. ଆମ ସମସ୍ତଙ୍କୁ ଚତୃର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଉ |3. ଚିକିତ୍ସା ଭର୍ତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ |4.2018 ମସିହା ଜାନୁଆରୀ ମାସ ଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମା ର ବକେୟା ପାଉଣା ଦିଆଯାଉ |5. ଆମ୍ଭମାନଙ୍କୁ S. M. ଛି ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯାଉ |6.ଯେହେତୁ ଆମେ ସ୍କୁଲରେ 9ଘଣ୍ଟା ଠାରୁ ପ୍ରବେଶ କରି ଦିନତମାମ ରୋଷେଇ କରିବା, ରୋଷେଇ ବାସନ କୁସନ ଧୋଇ 8ଘଣ୍ଟା ରୁ ଅଧିକ ପରିଶ୍ରମ କରୁଥିବା ବେଳେ ଆମ୍ବମାନଙ୍କୁ ଦୈନିକ ମଜୁରିଆର ସୁଇକୃତି ଦେଇ ଭବିଷ୍ୟନିଧି ଯୋଜନାରେ ସାମିଲ କରାଯାଉ |7.60ବର୍ଷରୁ ଅଧିକ ବୟସ୍କ କାଯ୍ୟରୁ ଅବ୍ୟାହତ ପରେ ପେନସନ ଲାଗୁ କରାଯାଉ |


