Sunday, November 15, 2026
Home ଆଞ୍ଚଳିକ ପୋଷ୍ଟରରେ କ୍ଷୀର ନଢାଳିବାକୁ ପ୍ରଶଂସକଙ୍କୁ ଅନୁରୋଧ କଲେ ସଲମାନ୍ ଖାନ୍

ପୋଷ୍ଟରରେ କ୍ଷୀର ନଢାଳିବାକୁ ପ୍ରଶଂସକଙ୍କୁ ଅନୁରୋଧ କଲେ ସଲମାନ୍ ଖାନ୍

15

ମୁମ୍ବାଇ,୨୯/୧୧/୨୧ (ଜିଲ୍ଲା ଖବର ) : ନିକଟରେ ବଲିଉଡ ଅଭିନେତା ସଲମାନ୍ ଖାନଙ୍କ ଫିଲ୍ମ’ ଅନ୍ତିମ: ଦ ଫାଇନାଲ ଟ୍ରୁଥ୍’ ରିଲିଜ୍ ହେବା ପରେ, ତାଙ୍କ ପ୍ରଶଂସକଙ୍କ ଖୁସି କହିଲେ ନସରେ । ହଲରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଜମୁଛି । ତେବେ ଏହି ଖୁସିରେ ତାଙ୍କର ପ୍ରଶଂସକମାନେ କେଉଁଠି ହଲରେ ବାଣ ଫୁଟାଉଛନ୍ତି  ତ, ପୁଣି କେଉଁଠି ବାଜା ବଜାଇ ମତୁଆଲା ହେଉଛନ୍ତି ।  କେବଳ ଏତିକି ନୁହେଁ , ଆଉ କେଉଁଠି ଫିଲ୍ମର ପୋଷ୍ଟର ଉପରେ କ୍ଷୀର ଢଳା ଯାଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।  ଏସବୁ ଦେଖିବା ପରେ ସଲମାନ୍ ଖାନ୍ ଏପରି କରିବାକୁ ବାରଣ କରିଛନ୍ତି ।

ତେବେ ସଲମାନ୍ ଖାନ୍ ଏମିତି ଏକ ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି, କ୍ଷୀର ନଢାଳିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଅନେକ ଲୋକଙ୍କ ଭାଗ୍ୟରେ ପାଣି ପିଇବାର ସୌଭାଗ୍ୟ ଜୁଟୁନି ।  ଆଉ ଆପଣ ମାନେ ଏମିତି କ୍ଷୀର ନଷ୍ଟ କରୁଛନ୍ତି। ଏହା ସହିତ ସେ କ୍ଷୀରକୁ ଏପରି ନଢାଳି,  ଗରିବ ପିଲାଙ୍କୁ ସେହି କ୍ଷୀର ଦେବାକୁ ଅନୁରୋଧ କରିଛନ୍ତି ।