ନିଆଁ ଲାଗି ଜଳିଗଲା 10ରୁ ଅଧିକ ଦୋକାନ

12

ବାଲେଶ୍ବର, ୨୯/୧୧/୨୧ (ଜିଲ୍ଲା ଖବର ) : ନିଆଁ ଲାଗି ଜଳିଗଲା 10ରୁ ଅଧିକ ଦୋକାନ ଗୃହ । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବର ମନ୍ଦିର ସମ୍ମୁଖରେ । ମନ୍ଦିର ସାମ୍ନାରେ ଥିବା 10ରୁ ଅଧିକ ଅସ୍ଥାୟୀ ଦୋକାନ ଗୃହରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପାଖାପାଖି 10 ଲକ୍ଷରୁ ଅଧିକ କ୍ଷତି ହୋଇଛି ବୋଲି ଅନୁମାନ କରାଯାଉଛି ।