ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ

5

ମୟୁରଭଞ୍ଜ,୨୯/୧୧/୨୧ (ଜିଲ୍ଲା ଖବର ) : ରାସ୍ତାକଡ଼କୁ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଟୋଲକ ଏମ୍‌ଇ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା ।

ଜାମଦାରୁ ଗୋରୁମହିଷାଣି କାହୁତୁକା ଗାଁକୁ ଯାଉଥିବା ବେଳେ ବସରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଲୋକେ ।