
ନୂଆଦିଲ୍ଲୀ ,୨୯/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡିକୁ ସମସ୍ତେ ବେଶ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ବେଶ ଆକ୍ଟିଭ୍ । ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏବେ ବିରାଟ ନିଜ ପରିବାର ସହ ସମୟ ବିତାଉଛନ୍ତି । ନିକଟରେ ବିରାଟ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପତ୍ନୀ ଅନୁଷ୍କାଙ୍କ ସହ ସେ ନଜର ଆସୁଛନ୍ତି ।
ଫଟୋ ସେୟାର କରି ବିରାଟ କ୍ୟାପ୍ସନରେ ଲେଖିଛନ୍ତି, ‘ତୁମେ ମୋ ସହିତ ଥିଲେ,ମତେ ସବୁ ଜାଗା ଘର ପରି ଲାଗିଥାଏ ‘। ଦୁହେଁ ନଦୀ କୂଳରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ଉପରେ ଅନୁଷ୍କା ଶର୍ମା ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏହା ଏକ ଭଲ କଥା କାରଣ ତୁମେ କ୍ୱଚିତ୍ ଘରେ ରୁହ।’
ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହିତ , ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।


