Sunday, November 15, 2026
Home ଆଞ୍ଚଳିକ ବିବାହ କରିବାକୁ ଯାଉଛନ୍ତି ମୌନି ରୟ !

ବିବାହ କରିବାକୁ ଯାଉଛନ୍ତି ମୌନି ରୟ !

11

ନୂଆଦିଲ୍ଲୀ, ୨୯/୧୧/୨୧ (ଜିଲ୍ଲା ଖବର ) : ଆରମ୍ଭ ହୋଇ ଯାଇଛି ବିବାହ ଋୁତୁ । ବି-ଟାଉନରେ ଏବେ ବିବାହ ଋୁତୁକୁ ନେଇ ମାହୋଲ ବେଶ ସରଗରମ ରହିଛି । କିଛି ସେଲିବ୍ରେଟି ଏହାରି ମଧ୍ୟରେ ହାତରୁ ଦିହାତ ହୋଇ ସାରି ଥିବା ବେଳେ, ଆଉ କିଛି ଜଣଙ୍କ ହାତଗଣ୍ଠି ପଡିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଲିଷ୍ଟରେ ଏବେ ଯୋଡି ହୋଇ ଯାଇଛି ଅଭିନେତ୍ରୀ ମୌନି ରୟଙ୍କ ନାଁ । ସେ ଖୁବଶୀଘ୍ର  ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ନିକଟରେ ତାଙ୍କର ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ , ମୌନି ୨୭ ଜାନୁଆରୀ ଦିନ ସୁରଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ  ବୋଲି ଶୁଣିବାକୁ ମିଳୁଛି । ତାଙ୍କ ବିବାହ ଦେଶରେ ନୁହେଁ ବରଂ ବିଦେଶରେ ହେବ । ଦୁବାଇ କିମ୍ବା ଇଟାଲୀରେ ଏହି ଡେସ୍ଟିନେଶନ୍‌ ମ୍ୟାରେଜ ହେବ। ଏହି ସବୁ ଖବରକୁ  ମୌନିଙ୍କର ଜଣେ ଭଉଣୀ ବିବାହ ବିଷୟରେ ଖୁଲାସା କରିଛନ୍ତି। ହେଲେ ଏବେ ଯାଏଁ ମୌନି ରାୟ କୌଣସି ଘୋଷଣା କରି ନାହାନ୍ତି ।