
ନୂଆଦିଲ୍ଲୀ, ୨୯/୧୧/୨୧ (ଜିଲ୍ଲା ଖବର ) : ଆଉ ଏ ଦୁନିଆଁରେ ନାହାଁନ୍ତି ତେଲୁଗୁ ସିନେମାର ଭେଟେରାନ କୋରିଓଗ୍ରାଫର ଶିବା ଶଙ୍କର । ରବିବାର ଦିନ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିଲା । ଆର୍ଥିକ ସମସ୍ୟା ହେତୁ ତାଙ୍କର ଠିକଭାବେ ଦେଖାଶୁଣା ହୋଇ ପାରୁ ନଥିଲା । ଏକଥା ଜାଣିବା ପରେ, କିଛି କଳାକାର ତାଙ୍କୁ ଆର୍ଥିକ ସହାୟତା କରିଥିଲେ ମଧ୍ୟ , ତାଙ୍କୁ ବଞ୍ଚାଇ ପାରି ନାହାଁନ୍ତି । ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତେବେ ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଲହରୀ ଖେଳି ଯାଇଛି।
ପ୍ରକାଶ ଥାଉକି, ଶିବା ଶଙ୍କର ଦକ୍ଷିଣ ଭାରତୀୟ ସିନେମାର ଜଣେ ଜଣାଶୁଣା କୋରିଓଗ୍ରାଫର ଥିଲେ। ୨୦୦୮ ରେ, ସେ ‘ମଗଧିରା’ ଫିଲ୍ମର ‘ଧିରା ଧିରା’ ଗୀତର କୋରିଓଗ୍ରାଫି ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଗ୍ରହଣ କରିଥିଲେ ।


