Home ଆଞ୍ଚଳିକ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

48

ଆସିକା (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୀର୍ଘ ଏକ ମାସ ଧରି (ତା 28-10-19 ରିଖ ଠାରୁ ତା 27-11-19 ପର୍ଯ୍ୟନ୍ତ ) ଚାଲି ଆସିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି. କାର୍ଯ୍ୟକ୍ରମ କ୍ରମର ମୁଖ୍ୟ ସଂଯୋଜିକା ଡ଼ଃ ନନ୍ଦିତା ଦାସଙ୍କ ପ୍ରେତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ତାରାପ୍ରସାଦ ଦାସ ସଭପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟରୁ ଅବସର ନେଇସାରିଥିବା ଗଣିତ ବିଭାଗ ର ପ୍ରାଧ୍ୟାପିକା ଡ଼ଃ. ଶ୍ରୀମତୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ. ସନମାନୀୟ ଅତିଥି ରୂପେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ ଓ ମୁଖ୍ୟ ବକ୍ତା ରୂପେ ଶୈଖିକ ଅଧିକାରୀ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଏବଂ ପୂର୍ବତନ ସଂଯୋଜିକା ଡ଼ଃ ସ୍ମିତା ରାଣୀ ପଣ୍ଡା ଯୋଗ ଦେଇଥିଲେ. ସଂଯୋଜିକା ଡ଼ଃ ଦାସ ଅତିଥି ନିମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ. ଉପସ୍ଥିତ ଅତିଥି ମାନଙ୍କୁ ଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା. ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା. ସଭାପତି ମହୋଦୟ ଆତ୍ମ ସୁରକ୍ଷା ତାଲିମ ଶିବିର ର ଆବଶ୍ୟକତା ଛାତ୍ରୀ ମାନଙ୍କ ପାଇଁ କଣ ଓ କାହିଁକି ଜରୁରୀ ସେ ବିଷୟ ନିଜର ବକ୍ତ୍ୟବ ରଖିଥିବା ବେଳେ ମୁଖ୍ୟ ଅତିଥି ଛାତ୍ରୀ ମାନେ ତଥା ନାରୀ ମାନେ ନିଜକୁ କିପରି ସଂଯତ ରଖିବେ ଓ ଆବଶ୍ୟକ ସ୍ଥଳେ ଏହି ତାଲିମ କୁ କିପରି କାର୍ଯ୍ୟ ରେ ବିନିଯୋଗ କରିବେ ସେ ବିଷୟ ରେ ଆଲୋକପାତ କରିଥିଲେ. ସନମାନିତ ଅତିଥି ପ୍ରଫେସର ପାଢ଼ୀ ଆଜିର ଯୁଗ ରେ ନାରୀର ଭୂମିକା ଉପରେ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ମୁଖ୍ୟ ବକ୍ତା ଡ଼ଃ ତ୍ରିପାଠୀ ନିଜ ବକ୍ତ୍ୟବ ରେ ଛାତ୍ରୀ ମାନେ ଆଜିର ସମାଜ ରେ ନିଜକୁ କିପରି ଖାପ ଖୁଆଇ ଚାଲିବେ ସେ ବିଷୟ ରେ ମତ ରଖିଥିଲେ. ଏହି କାର୍ଯ୍ୟକ୍ରମ ଦୁଇଟି ସୋପାନ ରେ ଅନୁଷ୍ଠିତ ହୋଇଥିଲା. ପ୍ରତ୍ୟେକ ସୋପାନ ରେ ଛଅ ଗୋଟି ବିଭାଗ ରେ ତିରିଶି ଜଣ ଲେଖାଏଁ ମୋଟ ଏକ ସହ ଅସି ଜଣ, ଏମିତି ସର୍ବମୋଟ ବାର ଗୋଟି ବିଭାଗ ରେ ତିନି ସହ ଷାଠିଏ ଜଣ ଛାତ୍ରୀ ତାଲିମ ରେ ଅଂଶ ଗ୍ରହଣ କରିଥିଲେ. ଏହି ତାଲିମ କୁ ତିନି ଜଣ ମାଷ୍ଟେର ଟ୍ରେନର ତଥା ଝିଲ୍ଲୀରାଣୀ ରାଉତ, ସଂଗୀତା ସ୍ୱାଇଁ ଓ ରାଜେଶ୍ୱରୀ ଗୌଡ଼ ପ୍ରଶିଖିଣ ଦେବା ରେ ସାହାର୍ଯ୍ୟ କରିଥିଲେ. କାର୍ଯ୍ୟକ୍ରମ ରେ କମିଟି ର ଅନ୍ୟାନ୍ୟ ସଭ୍ୟ ଅଧ୍ୟାପିକା ବନଶ୍ରୀ ମହାନ୍ତି, ପଦ୍ମା ମଲିକ ସହଯାଗ କରିଥିବା ବେଳେ ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା, ପ୍ରମୋଦ କୁମାର ମିଶ୍ର, ଅଧ୍ୟାପିକା ରୁତୁପୂର୍ଣା ମହାନ୍ତି, ସପା ରଂଜିତା ରାଣୀ, ସସ୍ମିତା ପାତ୍ର, ଗୀତାଞ୍ଜଳି ସାହୁ, ଇତିଶ୍ରୀ ପଣ୍ଡା, ଲକ୍ଷ୍ମୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ. ମହାବିଦ୍ୟାଳୟ ର ପ୍ରାୟ ଶତାଧିକ ଛାତ୍ରୀଙ୍କ ଉପସ୍ଥିତି ରେ ତାଲିମ ପାଇଥିବା ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା. ସର୍ବଶଷେରେ ଅଧ୍ୟାପିକା ସାଇଲ କୁମାରୀ ଝା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା କାର୍ଯ୍ୟ ସମାପ୍ତ ଘୋଷଣା କରାଯାଇଥିଲା.