Sunday, November 15, 2026
Home ଆଞ୍ଚଳିକ ଯୁବକ-ଯୁବତୀମାନଙ୍କୁ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ବାନ ଦେଲେ ମାଓବାଦୀ

ଯୁବକ-ଯୁବତୀମାନଙ୍କୁ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ବାନ ଦେଲେ ମାଓବାଦୀ

98

ରାୟଗଡା, ୨୯/୧୧/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଆସନ୍ତା ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଏଥିରେ ଉଲ୍ଲେଖ ରହିଛି । ପାରସାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ବ୍ୟାନର ଓ ପୋଷ୍ଟର ଲଗାଯାଇଛି ।

ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀମାନେ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି । ସୁରକ୍ଷା ଦୃଷ୍ଟିରୁ କଲ୍ୟାଣସିଂହପୁରଠାରେ ସିଆରପିଏଫ ଯବାନ ମାନେ ମୁତୟନ ଅଛନ୍ତି ।