Sunday, November 15, 2026
Home ଆଞ୍ଚଳିକ ଛାଡପତ୍ର ପରେ ରୋଜଗାର ପାଇଁ ଶ୍ବଶୁରଙ୍କ ସାହାରା ନେଲେ ସାମନ୍ଥା

ଛାଡପତ୍ର ପରେ ରୋଜଗାର ପାଇଁ ଶ୍ବଶୁରଙ୍କ ସାହାରା ନେଲେ ସାମନ୍ଥା

19

ନୂଆଦିଲ୍ଲୀ,୨୯/୧୧/୨୧ (ଜିଲ୍ଲା ଖବର ) : ଗତ କିଛିଦିନ ଧରି ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ । ନିକଟରେ ସେ ଓ ତାଙ୍କ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କର ଛାଡପତ୍ର ହୋଇଛି । ତେବେ ଛାଡପତ୍ର ପରେ ପ୍ରଥମ ଥର ପାଇଁ ୨୬ ନଭେମ୍ବର ୨୦୨୧ରେ ଷ୍ଟୁଡିଓରେ ନଜର ଆସିଥିଲେ । ଯାହା ତାଙ୍କ ପୂର୍ବ ଶ୍ୱଶୁର ତଥା ସାଉଥ ସିନେମାର ମେଗାଷ୍ଟାର ନାଗାର୍ଜୁନଙ୍କର ଷ୍ଟୁଡିଓ ଅଟେ ।

ସୂଚନା ଅନୁଯାୟୀ, ଡବିଂ ପାଇଁ ସେହି ଷ୍ଟୁଡିଓକୁ ଯାଇଥିଲେ ସାମନ୍ଥା । ଏବେ ସେ ଗୁନାସେଖର ନିର୍ଦ୍ଦେଶିତ ଶକୁନ୍ତଲାମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । କୁହାଯାଉଛି କି ଯେଉଁଠାରେ ସେ ତାଙ୍କ ଫିଲ୍ମର ଡବିଂ ପାଇଁ ଯାଉଛନ୍ତି ତାହା ଶ୍ବଶୁରଙ୍କ  ଷ୍ଟୁଡିଓ । ଯେଉଁଥି ପାଇଁ ସେ ଶ୍ବଶୁରଙ୍କ ସାହାରା ନେଇଛନ୍ତି ।