Tuesday, October 13, 2026
Home ଅପରାଧ ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା...

ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା ମୃତଦେହ

14

କରଞ୍ଜିଆ, ୨୯/୧୧/୨୧ (ଜିଲ୍ଲା ଖବର ) : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟଘ୍ର ପ୍ରକଳ୍ପ ତଥା ଏସିଆର ଦୂତୀୟ ଜୈବ ମଣ୍ଡଳ ।ଏହି ଜୈବ ମଣ୍ଡଳରେ ଘଟିଛି ଏକ ଅଭାବନୀୟ ଘଟଣା । ପାହାଡ଼ରୁ ଖସି ଏକ ମାଇ ହାତୀର ମୃତ୍ୟୁ ଘଟିଛି । ବାଘ ଗଣନାରେ ନିୟୋଜିତ ଥିବା ବନ କର୍ମଚାରୀମାନେ ଏହି ମୃତ ହାତୀଟିକୁ ଠାବ କରିଥିଲେ । ହାତୀଟି ବର୍ଷା କାଦୁଅରେ ଯାଉଥିବା ସମୟର ପାହାଡ଼ରୁ ତିରିଶ ଫୁଟ ଉଚ୍ଚତାରୁ ଖସି ମୃତ୍ୟୁ ବରଣ କରିଥିବା ସନ୍ଦେହ କରୁଛି ବନ ବିଭାଗ । ତେବେ ହାତୀଟି ତିନି ଚାରି ଦିନ ପୂର୍ବରୁ ପାହାଡ଼ରୁ ଖସି ମରି ଏକ ଗଛରେ ଝୁଲୁଥିବା ଠାବ କରିଛି ବନ ବିଭାଗ । ହାତୀର ବୟସ ଚାଳିଶ ହେବ ଏବଂ ହାତୀଟି ମାଇଥିବା ଜଣା ପଡ଼ିଛି । ହାତୀଟିକୁ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ବୋଲି ବନ ବିଭାଗ ସୂଚନା ଦେଇଛନ୍ତି ।