Sunday, November 15, 2026
Home ଆଞ୍ଚଳିକ ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

16

 ନୂଆଦିଲ୍ଲୀ,୨୯/୧୧/୨୧ (ଜିଲ୍ଲା ଖବର ) : ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ଚଳିତ ଅଧିବେଶନ ଡିସେମ୍ବର 23ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରହିବ 20ଟି କାର୍ଯ୍ୟ ଦିବସ। ତେବେ ଆଜି ଅଧିବେଶନର ପ୍ରଥମ ଦିବସରେ ହିଁ କୃଷି ଆଇନ ରଦ୍ଦ ବିଲ ଲୋକସଭାରେ ଆଗତ କରାଯିବ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ଆଇନ ରଦ୍ଦ ବିଲକୁ ଉପସ୍ଥାପନ କରିବେ। ସେହିପରି ଚଳିତ ଅଧିବାଶନରେ ଅନ୍ୟ 25ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ମଧ୍ୟ ଆଗତ କରାଯିବ ବୋଲି ସୂଚନା ମିଳିଛି।

 ଏହି ସବୁ ବିଲ ଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେସନ ଅଫ ଡିଜିଟାଲ କରେନ୍ସି ବିଲ, କନଷ୍ଟିଚ୍ୟୁସନ ଅର୍ଡର ବିଲ୍‍, ଇମିଗ୍ରେସନ ବିଲ, ଇଣ୍ଡିଆନ ମାରିଟାଇମ ଫିସରିଜ ବିଲ, ପ୍ୟାସନାଲ ଡେଣ୍ଟାଲ କମିଶନ ବିଲ, ମେଟ୍ରୋ ରେଳ ବିଲ ଇତ୍ୟାଦି ପ୍ରମୁଖ। ଏନେଇ ରିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ କେନ୍ଦ୍ର ସରକାର ଆଶା ପ୍ରକଟ କରିଛନ୍ତି।

ଅନ୍ୟପଟେ ଚଳିତ ସଂସଦ ଅଧିବେଶନରେ ଓଡିଶାର ବିଭିନ୍ନ ପ୍ରସଙ୍ଗ ବିଶେଷ କରି ମହିଳା ସୁରକ୍ଷା, ଆଇନଶୃଙ୍ଖଳାବ ବିପର୍ଯ୍ୟସ୍ତ ଏବଂ ସୀମା ବିବାଦ ପ୍ରସଙ୍ଗ ଉଠିବ ବୋଲି ସୂଚନା ମିଳିଛି।