Sunday, November 15, 2026
Home ଆଞ୍ଚଳିକ ଆସୁଛି ଆଉ ଏକ ବାତ୍ୟା

ଆସୁଛି ଆଉ ଏକ ବାତ୍ୟା

4

ଭୁବନେଶ୍ୱର, ୨୯/୧୧/୨୧ (ଜିଲ୍ଲା ଖବର ) : ଆସୁଛି ଆଉ ଏକ ବାତ୍ୟା। ନଭେମ୍ବର ୩୦ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା। ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି।

କ୍ରମେ ଏହା ଲଘୁଚାପ କ୍ଷେତ୍ର ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ନଭେମ୍ବର ୩୦ରୁ ଡିସେମ୍ବର ୨ ଯାଏ ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ । ଏହି ସମୟରେ ପବନ ବହିବ। ୨ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଗତିପଥ ସ୍ପଷ୍ଟ ହେବ। ପ୍ରଭାବରେ ୨ରୁ ୫ ତାରିଖ ମଧ୍ୟରେ ବର୍ଷା ହୋଇପାରେ ।