ଧାନ କାଟୁଥିବା ବେଳେ ହାତୀ ନେଲା ଜୀବନ

75

ଦେବଗଡ଼,୨୯/୧୧/୨୧ (ଜିଲ୍ଲା ଖବର ) : ହାତୀ ଉପଦ୍ରବ ବଢିବାରେ ଲାଗିଛି।  ଦେବଗଡ଼ ଜିଲ୍ଲା ବୁଢିବିଲ ଗାଁରେ ଦନ୍ତା ହାତୀ ଆତଙ୍କ । ଜମିରେ ଧାନ କାଟୁଥିବା ବେଳେ ହାତୀ ଆକ୍ରମଣରେ ଯୁବକ ମୃତ । 

ମୃତକ ବୁଢିବିଲ ଗାଁର ଲମ୍ବୋଦର ନାୟକ । ହାତୀ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ ଲମ୍ବୋଦର । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।