Home ଜାତୀୟ ଭାରତ-ସାଉଦୀ ଆରବ ମଧ୍ୟରେ ରଣନୈତିକ ଭାଗିଦାରୀ ପରିଷଦ ପ୍ରତିଷ୍ଠା ରାଜିନାମାକୁ କ୍ୟାବିନେଟ ମଞ୍ଜୁରି

ଭାରତ-ସାଉଦୀ ଆରବ ମଧ୍ୟରେ ରଣନୈତିକ ଭାଗିଦାରୀ ପରିଷଦ ପ୍ରତିଷ୍ଠା ରାଜିନାମାକୁ କ୍ୟାବିନେଟ ମଞ୍ଜୁରି

20
Representational picture

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଭାରତ-ସାଉଦୀ ଆରବ ମଧ୍ୟରେ ରଣନୈତିକ ଭାଗିଦାରୀ ପରିଷଦ ଗଠନ ଲାଗି ୨୯ ଅକ୍ଟୋବର, ୨୦୧୯ରେ ହୋଇଥିବା ରାଜିନାମାକୁ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ଏହି ରାଜିନାମା ଦ୍ଵାରା ଦୁଇ ଦେଶର ଉଚ୍ଚସ୍ତରୀୟ ନେତୃତ୍ଵ ରଣନୈତିକ ଭାଗିଦାରୀ ମାଧ୍ୟମରେ ନିୟମିତ ଭାବେ ଭେଟିବା ଏବଂ ପ୍ରଚଳିତ ଯୋଜନା/ପ୍ରକଳ୍ପଗୁଡିକର ପ୍ରଗତି ତଦାରଖ କରିପାରିବ । ଏହାଦ୍ଵାରା ରଣନୈତିକ ସମ୍ପର୍କ ବଢାଇବା ଲାଗି ନୂଆ ନୂଆ କ୍ଷେତ୍ରକୁ ସାମିଲ କରିବାର ସୁଯୋଗ ମିଳିବ ଏବଂ ହାସଲ କରାଯିବାକୁ ଥିବା ଲକ୍ଷ୍ୟ ଓ ପ୍ରତ୍ୟକ୍ଷ ଲାଭ ପରିଭାଷିତ ହେବ ।

ଲାଭ:

ଲିଙ୍ଗ, ବର୍ଗ ଓ ଆୟ ନିର୍ବିଶେଷରେ ସାଉଦୀ ଆରବ ସହିତ ଉନ୍ନତ ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ଦ୍ଵାରା ନାଗରିକଙ୍କୁ ଲାଭ ପହଞ୍ଚାଇବା ଏହି ପ୍ରସ୍ତାବର ଉଦ୍ଦେଶ୍ୟ ।

ସାଉଦୀ ଆରବ ସହିତ କରାଯାଇଥିବା ଏହି ରାଜିନାମା ପ୍ରତିରକ୍ଷା, ସୁରକ୍ଷା, ଆତଙ୍କବାଦର ମୁକାବିଲା, ଶକ୍ତି ସୁରକ୍ଷା ଏବଂ ଅକ୍ଷୟ ଶକ୍ତି ଭଳି ରଣନୈତିକ କ୍ଷେତ୍ରରେ ଭାଗିଦାରୀର ନୂତନ ମାର୍ଗ ଉନ୍ମୁକ୍ତ କରିବ ।