
୨୮/୧୧/୨୧ (ଜିଲ୍ଲା ଖବର) : ଚିନ୍ତା ବଢାଇଲାଣି ନୂଆ ଭାରିଆଣ୍ଟ ‘ଓମିକ୍ରନ’ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ନୂଆ ଭ୍ୟାରିଆଣ୍ଟ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ୍ । ନୂଆ ଭୁତାଣୁ ବିମାନବନ୍ଦରରେ ଆସିବା ଆଶଙ୍କା ରହିଛି । ଫଳରେ ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେନଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି ।
ଏୟାରପୋର୍ଟ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସର୍ଭିଲାନ୍ସ କରାଯାଉଛି । ସବୁ ଯାତ୍ରୀଙ୍କ କ୍ୱାରେନଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ବାହାରୁ ଆସିଲେ ଟେଷ୍ଟିଂ ଏବଂ ଜିନୋମିକ ସିକ୍ୱେନ୍ସିଂ କରାଯିବ ।
ଅନ୍ୟପଟେ ସମସ୍ତେ ଭ୍ୟାକ୍ସିନ୍ ନେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ । ଆସିଏମଆର ଜିନୋମିକ ଭ୍ୟାରିଏସନ ଦେଖୁଛନ୍ତି । ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।


