ଡିଭିଏଫ୍-ମାଓବାଦୀ ମୁହାଁମୁହିଁ

8

ବଲାଙ୍ଗିର,୨୮/୧୧/୨୧ (ଜିଲ୍ଲା ଖବର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଡିଭିଏଫ୍-ମାଓବାଦୀ ମୁହାଁମୁହିଁ । କମ୍ବିଂ ଅପରେସନ ଚାଲିଥିବାବେଳେ ଖପ୍ରାଖୋଲ ବ୍ଲକ୍ ଜୁନାନିବାହାଲ ଗାଁ ନିକଟରେ ମୁହାଁମୁହିଁ ହୋଇଥିଲେ । ଡିଭିଏଫ୍ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି । ହେଲେ ଏଯାଏଁ ମୃତ ମାଓବାଦୀର ପରିଚୟ ମିଳିପାରିନାହିଁ ।

ମାଓ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଗାଁରେ ବର୍ତ୍ତମାନ ସୁଦ୍ଧା ପୋଲିସର ସୁରକ୍ଷା ବଳୟ ଛାଉଣି ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରାଯିବ ବୋଲି ଜଣାପଡିଛି । ଏନେଇ ବଲାଙ୍ଗିର ପୋଲିସ ମୁଖ୍ୟାମଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ହେବ ବୋଲି ସୂଚନା ମିଳିଛି ।