Home ଅପରାଧ ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ

ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ

16

ସମ୍ବଲପୁର,୨୮/୧୧/୨୧ (ଜିଲ୍ଲା ଖବର) : ବେଧଡକ ଭାବେ ଚାଲିଛି ବେଆଇନ ଗୋଚାଲାଣ। ବାରମ୍ବାର ଆନ୍ଦୋଳନ, ଅଭିଯୋଗ ପରେ ବି ଚୁପ୍ ପ୍ରଶାସନ। ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ। ସମ୍ବଲପୁରରେ କେବେ ବନ୍ଦ ହେବ ବେଆଇନ ଗୋଚାଲାଣ? ଗୋ ହତ୍ୟାକାରୀଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ? ଆଉ କେବେ ବେଆଇନ କଂସେଇଖାନା ଉପରେ ଲାଗିବ ରୋକ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

 ବେଧଡକ ଭାବେ ଚାଲିଛି ବେଆଇନ ଗୋଚାଲାଣ

ବାରମ୍ବାର ଆନ୍ଦୋଳନ, ଅଭିଯୋଗ ପରେ ବି ଚୁପ୍ ପ୍ରଶାସନ

ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ

 ବେଆଇନ ଗୋଚାଲାଣ, ଗୋହତ୍ୟାର ହବ୍ ପାଲଟିଛି ପଶ୍ଚିମ ଓଡିଶାର ପେଣ୍ଡସ୍ଥଳ ସମ୍ବଲପୁର। ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ ଗୋରୁବୋଝେଇ ଟ୍ରକ ଜବତ ହେଉଛି। ସେହିପରି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବେଆଇନ କଂସେଇଖାନା ମଧ୍ୟ ଠାବ କରାଯାଉଛି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଗୋହତ୍ୟା, ଗୋଚାଲାଣ ଉପରେ ରୋକ ଲଗାଇବାକୁ ଦାବି ହେଉଥିଲେ ମଧ୍ୟ ଫଳ ଶୂନ।

ଏମିତି କି ଗୋରୁମାଫିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ କଂସେଇଖାନାକୁ ବନ୍ଦ କରିବାକୁ ଦାବି ହେଉଥିଲେ ମଧ୍ୟ ସବୁ ଶୁଣି ସ୍ଥାନୀୟ ପ୍ରଶାସନ ଚୁପ୍ ବସିଥିବା ନେଇ ଅଭିଯୋଗ ଉଠିଛି।

ତେବେ କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ଅନେକ ଜିଲ୍ଲା ଏବେ ବେଆଇନ ଗୋଚାଲାଣର ଉପତ୍ୟାକା ପାଲଟିଛି। ସୀମାବର୍ତ୍ତି ଜିଲ୍ଲାଗୁଡିକ ଦେଇ ପ୍ରତିଦିନ ପଡୋଶୀ ରାଜ୍ୟକୁ ଗୋମାସଂ ରପ୍ତାନୀ କରାଯାଉଛି। ହେଲେ ସ୍ଥାନୀୟ ପୋଲିସ କେବଳ ଲୋକ ଦେଖାଣିଆ କେତେକ ଗାଡି ଜବତ କରି ସାଧାରଣ ମାମଲା ରୁଜୁ କରି ଛାଡି ଦେଉଥିବା ଦେଖିବାକୁ ମିଳୁଛି ।

ସେହିପରି ଆନିମଲ ଆକ୍ଟ ଅନୁଯାୟୀ ଗୋଚାଲାଣକାରୀଙ୍କ ଉପରେ ୪୨୯ଧାରା ଲାଗିବାକୁ ଥିବା ବେଳେ ମଧ୍ୟ ବେଆଇଇନ କାରବାର ନେଇ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି। ଏଥିରେ ଶାସକ ଦଳର ସଂମ୍ପୃକ୍ତି ଥିବାରୁ ପୋଲିସ ଗୋରୁ ମାଫିଆଙ୍କ ଦେହରେ ହାତ ମାରୁନଥିବା ବରିଷ୍ଠ ଆଇନଜୀବୀ ଅଭିଯୋଗ କରିଛନ୍ତି।

 ଗୋଚାଲାଣ, ଗୋହତ୍ୟା ବଢୁଥିବା ବେଳେ ଚୁପ୍ ପ୍ରଶାସନ। ପୋଲିସର ନିଷ୍କ୍ରିୟତାରେ ଦିନକୁ ଦିନ ବୃଦ୍ଧି ପାଉଛି ଗୋରୁମାଫିଆଙ୍କ ପ୍ରାଦୃଭାବ। ଯାହାକୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।