Monday, November 16, 2026
Home ଆଞ୍ଚଳିକ ଆଜି ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ ମୋଦି

ଆଜି ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ ମୋଦି

8

ନୂଆଦିଲ୍ଲୀ, ୨୮/୧୧/୨୧ (ଜିଲ୍ଲା ଖବର) :  ଆଜି ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେବ ପ୍ରଧାନମନ୍ତ୍ରୀଙ୍କ 83ତମ “ମନ କି ବାତ” କାର୍ଯ୍ୟକ୍ରମ ।  “ମନ କି ବାତ” କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି । ବର୍ତ୍ତମାନ ବିଶ୍ବବ୍ୟାପୀ କୋରୋନା ତୃତୀୟ ଲହରର ଆଶଙ୍କା ଦେଖାଦେଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ଗୋଟିଏ ପଟେ କୋରୋନାକୁ ମାତ ଦେବାକୁ ଦେଶବ୍ୟାପୀ ସଫଳତାର ସହ ଟିକାକରଣ ଆଗେଇ ଚାଲିଛି। ଏଭଳି ପରିସ୍ଥିତିରେ କୋଭିଡ ଟିକାକରଣରେ ସାମିଲ ହେବାକୁ ଉତ୍ସାହିତ କରିବା ସହ ତୃତୀୟ ଲହର ପ୍ରତି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ “ମନ କି ବାତ” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।