Wednesday, November 11, 2026
Home ଆଞ୍ଚଳିକ ନେଇ ପାରେ ସାମୁଦ୍ରିକ ଝଡର ରୂପ!

ନେଇ ପାରେ ସାମୁଦ୍ରିକ ଝଡର ରୂପ!

20

ଭୁବନେଶ୍ୱର,୨୮/୧୧/୨୧ (ଜିଲ୍ଲା ଖବର) : ବଳ ଗୋଟାଉଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ। 29ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇ ଅବପାତରେ ପରିଣତ ହେବ। ପରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବା ସହିତ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ।

ତେବେ ଡିସେମ୍ବର 3ତାରିଖ ବେଳକୁ ଏହା ସମୁଦ୍ରରେ ଅଧିକ ବଳ ଗୋଟାଇ ସାମୁଦ୍ରିକ ଝଡର ରୂପ ନେଇ ପାରେ ବୋଲି ମଧ୍ୟ ଆଶଙ୍କା ରହିଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ଡିସେମ୍ବର 3ରୁ 5ଭିତରେ ଏହା ଓଡିଶା-ବାଲାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।