
କନ୍ଧମାଳ,୨୮/୧୧/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଅବକାରି ବିଭାଗ ଗୋଟିଏ କାରରୁ ୨୪ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ୨ଜଣଙ୍କୁ ଗିରଫ କରାଯାଇଛି । ସୂଚନାମୁତାବକ, ଦୁଇଜଣ ଗଞ୍ଜେଇ ମାଫିଆ ନୂଆ ପଦର ଅଞ୍ଚଳରୁ ଏକ କାରରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ପୋଲିସ ଚଢଉ କରିଥିଲା।
କାରରୁ ୨୪ କିଲୋ ଗଞ୍ଜେଇ ଜବତ କରି ଦୁଇ ଜଣ ଚାଲାଣ କାରିଙ୍କୁ ଗିରଫ କରିଛି ଅବକାରି ବିଭାଗ। ଗିରଫ ଦୁଇ ଜଣ ମୋତିଙ୍ଗିଆ ଗ୍ରାମର ଦେବରାଜ କହଁର, କୁମ୍ଭାରୀ ଗୁଡା ଗ୍ରାମର ପବିତ୍ର ମଲ୍ଲିକ ବୋଲି ସୂଚନାମିଳିଛି ।



