
ବ୍ରହ୍ମପୁର,୨୮/୧୧/୨୧ (ଜିଲ୍ଲା ଖବର) : ଶଶୁର ଘର ସାମ୍ନାରେ ବହୁ ଧାରଣା ଦେବା ଘଟଣା। କୋର୍ଟଙ୍କ ପ୍ରଥମ ପର୍ଯ୍ୟାୟ ଶୁଣାଣୀ ପରେ ଶଶୁର ଘର ସମ୍ମୁଖ ଧାରଣା ସ୍ଥଳକୁ ଫେରିଲା ବୋହୁ। ଶନିବାର ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତରେ ବୋହୁ ତପସ୍ବିନୀ ଦାସଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲା ଉପରେ ଶୁଣାଣୀ କରାଯାଇଥିଲା। ଉଭୟ ପକ୍ଷରୁ ବୋହୁ ଡିମ୍ପଲ ଦାସ ଏବଂ ତାଙ୍କ ଶଶୁର କୋର୍ଟରେ ଉପସ୍ଥିତ ରହିଥିଲେ। ତେବେ ଡିମ୍ପଲ ପୁଣିଥରେ ଶଶୁର ଘର ସମ୍ମୁଖ ଧାରଣା ସ୍ଥଳକୁ ଫେରିଥିବା ଦେଖିବାକୁ ମିଳିଛି।
ଗତକାଲି କୋର୍ଟଙ୍କ ରାୟ ଶୁଣି ନିଜ ହକ୍ ପାଇଁ ଲଢୁଥିବା ଡିମ୍ଫଲ ଭାଙ୍ଗିପଡିଥିଲେ । ‘ଏଇଟା ଠିକ ନୁହେଁ । ମୋତେ ପ୍ଲିଜ ହେଲ୍ପ କରନ୍ତୁ। ମୋ ପ୍ରତି ଅନ୍ୟାୟ ହୋଇଛି। କୋଉ ଆକ୍ଟରେ ଲେଖା ହୋଇଛି ଶ୍ଵଶୁର ଘରକୁ ନ ଯାଇ ସଖି ସେଣ୍ଟରକୁ ଯିବା ପାଇଁ। ମୁଁ ସେଇଠି ବସିବି ନ୍ୟାୟ ନ ପାଇଲା ଯାଏଁ ବସିବି। ମୋତେ କାହିଁକି ନ୍ୟାୟ ମିଳୁନି।‘ ଏପରି କାନ୍ଦ କାନ୍ଦ ମୁହଁ ଏବଂ କୋହ ଭରା କଣ୍ଠରେ କହିଛନ୍ତି ଡିମ୍ପଲ।
ବ୍ରହ୍ମପୁର ବଡ ମେଡିକାଲ ପରିସରରେ ଥିବା ସଖି ସୁରକ୍ଷା କେନ୍ଦ୍ରରେ ରହିବା ପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରହିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ମାନ୍ୟବର କୋର୍ଟ। ତପସ୍ୱିନୀଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ବୈଦ୍ୟନାଥପୁର ଥାନା ଆଇଆଇସି।
ପରବର୍ତ୍ତୀ ଶୁଣାଣି ଦିନ ସଖି କେନ୍ଦ୍ର ପକ୍ଷରୁ କୋର୍ଟରେ ହାଜର କରାଯିବାର ନିର୍ଦ୍ଦେଶ ରହିଛି। SDJM ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟ ଜଜ୍ ସଂଗ୍ରାମ କୁମାର ମିଶ୍ର ଉକ୍ତ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ତେବେ ସମାଜସେବୀ ପ୍ରମିଳା ତ୍ରିପାଠୀ କୋର୍ଟରୁ ଚଲେଇ ଏବଂ ଅଟୋରେ ଶ୍ଵଶୁର ଘର ଧାରଣା ସ୍ଥଳକୁ ତାଙ୍କୁ ଆଣିଛନ୍ତି।



