ରାସ୍ତା ନଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

49

ଦେବଗଡ, ୨୮/୧୧/୨୧ (ଜିଲ୍ଲା ଖବର) : ରାସ୍ତା ନଥିବାରୁ ଗାଁକୁ ପହଂଚି ପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ଦେବଗଡ ଜିଲ୍ଲାରୁ ଆସିଛି ପୁଣି ଏଭଳି ଏକ ଅଭାବନୀୟ ଚିତ୍ର । ତିଲେଇବଣି ବ୍ଲକ ବାଙ୍କଦରହ ଗାଁର ମୁଣ୍ଡାସାହିକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ଅଢେଇ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ।

ବାଙ୍କଦରହ ଗାଁ ମୁଣ୍ଡାସାହିର ସିଲାମତି ବିଲୁଙ୍ଗଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପରେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ଗାଁକୁ ରାସ୍ତା ନଥିବାରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ଆମ୍ବୁଲାନ୍ସଟି ଅଟକି ରହିଥିଲା ।