Saturday, October 10, 2026
Home ଜାତୀୟ ଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ...

ଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ ମଞ୍ଜୁରି

9

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦ୍ୱୈତ କରାଧାନ ସମାପ୍ତି ଏବଂ ଆୟକର ରାଜସ୍ୱ ଫାଙ୍କି ନିରାକରଣ ଲାଗି ଭାରତ ଓ ଚିଲି ମଧ୍ୟରେ ଦ୍ୱେତ କରାଧାନ ନିରାକରଣ ଚୁକ୍ତି (ଡିଟିଏଏ) ଓ ପ୍ରୋଟୋକଲରେ ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ପ୍ରମୁଖ ପ୍ରଭାବ :

ଡିଟିଏଏ ଦ୍ୱୈତ କରାଧାନକୁ ସମାପ୍ତ କରିବାରେ ସହାୟତା କରିବ । ଏହି ରାଜିନାମାରେ ପକ୍ଷଭୁକ୍ତ ରାଷ୍ଟ୍ର ମଧ୍ୟରେ କରାଧାନ ଅଧିକାରର ସ୍ପଷ୍ଟ ଆବଂଟନ ଦ୍ୱାରା ଉଭୟ ଦେଶର ନିବେଶକ ଓ ବ୍ୟବସାୟୀମାନଙ୍କୁ ଟିକସ ସୁନିଶ୍ଚିତତା ଉପଲବ୍ଧ ହେବ । ଏହାସହିତ ସୁଧ,ରୟାଲିଟି ଓ ବୈଷୟିକ ସେବା ଶୁଳ୍କ ଉପରେ ଉତ୍ସ ରାଷ୍ଟ୍ରର ଟିକସ ଦର ନିର୍ଦ୍ଧାରଣ ଜରିଆରେ ନିବେଶ ପ୍ରବାହ ବୃଦ୍ଧି ପାଇବ । ଏହି ରାଜିନାମା ଓ ପ୍ରୋଟୋକଲ ଜି-20 ଓଇସିଡି ମୌଳିକ କ୍ଷୟ ଲାଭ ହସ୍ତାନ୍ତର (ବିଇପିଏସ) ପ୍ରକଳ୍ପର ସର୍ବନିମ୍ନ ମାନକ ଓ ଅନ୍ୟ ସୁପାରିସ ଲାଗୁ କରିବ । ଏକ ପ୍ରମୁଖ ଉଦ୍ଦେଶ୍ୟ ପ୍ରଶିକ୍ଷଣ ପ୍ରସ୍ତାବନା ପାଠର ସମାବେଶ ଫଳରେ ଏହି ରାଜିନାମାରେ ବିଇପିଏସ ପ୍ରକଳ୍ପ ଅନୁଯାୟୀ ସରଳୀକୃତ ସୀମା ଲାଭ ଅନୁଚ୍ଛେଦ ସହିତ ଦୁରୂପଯୋଗ ନିରୋଧୀ ବ୍ୟବସ୍ଥା ଜରିଆରେ ଟିକସ ନିୟମାବଳୀରେ ପାର୍ଥକ୍ୟ ଓ ଅସନ୍ତୁଳନ ଦୂର କରିବା ଲାଗି ଟିକସ ନିୟୋଜନ ରଣନୀତି ବିକଶିତ କରିବାରେ ସହାୟତା ମିଳିବ ।

କାର୍ଯ୍ୟାନ୍ୱୟନ ରଣନୀତି ଓ ଲକ୍ଷ୍ୟ :

କ୍ୟାବିନେଟ ମଞ୍ଜୁରି ପରେ ଏହି ରାଜିନାମା ଓ ପ୍ରୋଟୋକଲକୁ ଲାଗୁ କରିବା ଲାଗି ଆବଶ୍ୟକ ଔପଚାରିକତାକୁ ପୂରଣ କରାଯିବ । ଏହାର କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟପଦ୍ଧତି ମନ୍ତ୍ରଣାଳୟର ତତ୍ୱାବଧାନରେ ହେବ ।