Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କର୍ମନିଯୁକ୍ତି ସଂନ୍ଧାନ ଏବଂ ପରାମର୍ଶ ବୈଠକ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କର୍ମନିଯୁକ୍ତି ସଂନ୍ଧାନ ଏବଂ ପରାମର୍ଶ ବୈଠକ

72

ନିଯୁକ୍ତି ପ୍ରତି ବ୍ୟଗ୍ର ନ ରହି ପ୍ରଥମେ ନିଜର ଯୋଗ୍ୟତା ପ୍ରତି ଦୃଷ୍ଟି ଦିଅନ୍ତୁ ।

ଆସିକା ,୨୭/୧୧( ଜିଲ୍ଲା ଖବର)  :  ଆସିକା ବିଜ୍ଞାନ ଡିଗ୍ରୀ  ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ଗୁଣବତ୍ତା ଏବଂ ନିରପେକ୍ଷତା ପ୍ରାୟୋଜିତ କାର୍ଯ୍ୟକ୍ରମ *‘କର୍ମନିଯୁକ୍ତି ସଂନ୍ଧାନ ଏବଂ ପରାମର୍ଶ ବୈଠକ’*  ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଅଛି। ଏହି ବୈଠକ ମହାବିଦ୍ୟାଳର କର୍ମନିଯୁକ୍ତି ସଂସ୍ଥାପନ ପରାମର୍ଶ କମିଟି ତଥା ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା।

  ପ୍ରାଧ୍ୟାପକ ତଥା ଉକ୍ତ କମିଟ ସମନ୍ବୟକାରୀ ବିଘ୍ନରାଜ ପାଢୀ ସଭା ପରିଚାଳନା କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ଆସିକା ତହଶିଲଦାର ସଂଜୟ କୁମାର ସାମନ୍ତରା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ  ଛାତ୍ରଛାତ୍ରୀମାନଙ୍କୁ କର୍ମନିଯୁକ୍ତି ପ୍ରତି କିପରି  ସଚେତନ ରହିବେ ଏବଂ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି କିପରି ପାଇପାରିବେ, ଉକ୍ତ ବିଷୟରେ ଆଲୋକପାତ କରିଥିଲେ। ନିଯୁକ୍ତି ପ୍ରତି ବ୍ୟଗ୍ର ନ ରହି ପ୍ରଥମେ ନିଜର ଯୋଗ୍ୟତା ପ୍ରତି ଦୃଷ୍ଟି ଦେବା ପାଇଁ ଅଧ୍ୟକ୍ଷ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ କରିଥିଲେ।

କର୍ମନିଯୁକ୍ତି ସଂଶାଧନ କର୍ମକର୍ତ୍ତା ମେଜର ଡ. ଶଂକର ପ୍ରସାଦ ଅଧିକାରୀ ପ୍ରୋଜେକ୍ଟର ମାଧ୍ୟମରେ ମାନସିକ ସ୍ତରରେ  କର୍ମନିଯୁକ୍ତି ପ୍ରତି କିପରି ସଚେତନ ରହିବେ ସେହି ସଂଦର୍ଭରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଯୁବ ଅଧ୍ୟାପକ ତଥା କର୍ମନିଯୁକ୍ତି ସଂଶାଧନ କର୍ମକର୍ତ୍ତା ଡ. ବିଜୟ ସିଂହ ନିଜର ସ୍ଳାଇଡ୍ ଶୋ ଦ୍ବାରା ଶିକ୍ଷାର୍ଥୀଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ଏବଂ ପବ୍ଳିକ ତଥା ପ୍ରାଇଭେଟ୍ ସେକ୍ଟର ପ୍ରାୟୋଜିତ ଅନେକ   କର୍ମନିଯୁକ୍ତିର ସୁଯୋଗ ବିଷୟରେ ଦିଗ୍ଗର୍ଶନ କରିଥିଲେ।  ପରିଶେଷରେ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।