Tuesday, October 13, 2026
Home ଅପରାଧ ହାତୀ ପଲକୁ ଜଗିଛି ବନ ବିଭାଗ

ହାତୀ ପଲକୁ ଜଗିଛି ବନ ବିଭାଗ

54


ରାୟଗଡା,୨୭/୧୧/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡା ଠାରେ ହାତୀ ପଲକୁ ଵନବିଭାଗ ଜଗିଛନ୍ତି । ବନବିଭାଗ ର ସୂଚନା ଅନୁଯାୟୀ ଆଜି ୬ ଗୋଟି ବଡ ହାତୀ ଓ ୨ ଟି ଛୁଆ ହାତୀ ସମୁଦାୟ ୮ ଗୋଟି ହାତୀ କେନ୍ଦୁଗୁଡା ଥାନା ନିକଟରୁ ବଡନାଳ ଡ୍ୟାମ ପାଣି ଭିତର ପଟୁ ଯାଇ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ପଦ୍ମପୁର ଵନବିଭାଗ ପ୍ରଦୀପ୍ତ କୁମାର ଜେନା ସୂଚନା ଦେଇଛନ୍ତି । ଏହି ହାତୀ ପଲକୁ ଵନରକ୍ଷି ରାଜକିଶୋର ଶଵର , ଗୁଡାରୀ ଫରେଷ୍ଟର ସୁଦର୍ଶନ ଗମାଙ୍ଗ,କେନ୍ଦୁଗୁଡା ସ୍ଵାଡ , କର୍ମଚାରୀ , ଉପସ୍ଥିତ ରହି ହାତୀ ଗୁଡିକୁ ଗତିବିଧି ଅନୁଧ୍ୟାନ କରୁଛନ୍ତି । ଆସନ୍ତା କାଲି ସକାଳ ସୁଦ୍ଧା ହାତୀ ପଲ ଗୁଡିକ ସରଧାପୁର ଜଙ୍ଗଲ ଅଞ୍ଚଳରେ ପହଞ୍ଚିବେ ବୋଲି ପଦ୍ମପୁର ବନବିଭାଗ ଶ୍ରୀ ଜେନା ସୂଚନା ଦେଇଛନ୍ତି ।