Monday, October 12, 2026
Home ଜାତୀୟ ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

34
Image source: DNA India

ନୂଆଦିଲ୍ଲୀ ; ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କାର୍ଟୋସାଟ-3 ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଉପଗ୍ରହକୁ ପିଏସଏଲଭି-ଭି-ସି-47 ମହାକାଶଯାନ ଜରିଆରେ ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହକାଶ ଗବେଷଣା ସଂଗଠନ (ଇସ୍ରୋ)ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ସ୍ୱଦେଶୀ କାର୍ଟୋସାଟ-3 ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଉପଗ୍ରହ ସମେତ ପିଏସଏଲଭି-ସି-47ର ସଫଳ ଉତକ୍ଷେପଣ ଲାଗି ଇସ୍ରୋର ସମସ୍ତ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଉନ୍ନତ କାର୍ଟୋସାଟ-3 ଜରିଆରେ ଆମର ହାଇ ରିଜୋଲ୍ୟୁସନ କ୍ଷମତା ବୃଦ୍ଧି ପାଇବ । ଇସ୍ରୋ ପୁଣିଥରେ ଦେଶକୁ ଗୌରବାନ୍ୱିତ କରିଛି ।”

ସ୍ରୋତ-ପିଆବି