Sunday, November 15, 2026
Home ଆଞ୍ଚଳିକ ପୁଅର ସୁଟିଂ ସେଟରେ ଭାବବିହ୍ୱଳ ହୋଇ ପଡିଲେ ସୁନିଲ ଶେଟ୍ଟୀ

ପୁଅର ସୁଟିଂ ସେଟରେ ଭାବବିହ୍ୱଳ ହୋଇ ପଡିଲେ ସୁନିଲ ଶେଟ୍ଟୀ

26

ନୂଆଦିଲ୍ଲୀ, ୨୭/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଏବେ ତାଙ୍କର ଫିଲ୍ମ’ତଡପ’ର ରିଲିଜ୍ ପାଇଁ ଏକଦମ୍ ପ୍ରସ୍ତୁତ । ଏହି ଫିଲ୍ମ ମାଧ୍ୟମରେ ଅହାନ ବଲିଉଡ ଡେବ୍ୟୁ କରୁଛନ୍ତି  । ଫିଲ୍ମର ସୁଟିଂ ଖୁବ୍ ସୁନ୍ଦର ସୁନ୍ଦର ସ୍ଥାନରେ କରା ଯାଇଛି । ଯେଉଁ ସ୍ଥାନ ବିଷୟରେ ସୁନିଲଙ୍କୁ ବେଶ ଭଲ ଭାବେ ଜଣା । ତଡପର ଡାଇରେକ୍ଟର ମିଲନ ଲୁଥରିୟା ଫିଲ୍ମର ସୁଟିଂର ସେହି ସବୁ ମୁହୂର୍ତ୍ତକୁ ସେୟାର କରିଛନ୍ତି,ଯାହାକୁ ଦେଖି ସୁନିଲ ଶେଟ୍ଟୀ ଭାବବିହ୍ୱଳ  ହୋଇ ପଡିଥିଲେ ।

ଫିଲ୍ମର ଡାଇରେକ୍ଟର ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ ସୁଟିଂ ସମୟରେ ସୁନିଲ ଶେଟ୍ଟୀ ସେହି ସ୍ଥାନ ସହ ସେ କେତେ ଜଡିତ ସେକଥା କହିଥିଲେ । ଯେଉଁ ସ୍ଥାନରେ ତଡପର ସୁଟିଂ ହୋଇଥିଲା । ସେଠାରେ ସୁନିଲ ଶେଟ୍ଟୀଙ୍କ ବାପା ପ୍ରଥମେ ଏକ କ୍ୟାଣ୍ଟିନ କରିଥିଲେ । ଏହି ସ୍ଥାନ ସାଉଥ ମୁମ୍ବାଇ ସେଣ୍ଟ୍ରାଲ ପ୍ଲାଜା ଅଟେ, ଯେଉଁଠାରେ ତଡପର ପ୍ରଥମ ସଟ୍ ନିଆ ଯାଇଥିଲା ।

ତେବେ ସେଠାରେ ସୁଟିଂ ସମୟରେ ସୁନିଲ ଶେଟ୍ଟୀ ଓ ତାଙ୍କ ପତ୍ନୀ ଆମକୁ ଓ୍ବିସ୍ କରିବା ପାଇଁ ସେଠାକୁ ଆସିଥିଲେ । ଆଉ ସେଠାରେ ସେ ଏକଦମ୍ ଇମୋସନାଲ ହୋଇ ପଡିଲେ । ସେ ମତେ ସାଇଡକୁ ନେଇ ଗଲେ ଏବଂ ଏହା ସହ ତାଙ୍କର ଜଡିତ ଥିବା କଥା କହିଥିଲେ ।