
ନୂଆଦିଲ୍ଲୀ, ୨୭/୧୧/୨୧ (ଜିଲ୍ଲା ଖବର) : ଅସୁସ୍ଥ ଅଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଅନିଲ କପୁର । ସବୁବେଳେ ଫିଟ୍ ରହୁଥିବା ଏହି ଅଭିନେତା, ଏବେ ଜର୍ମାନୀରେ ଚିକିତ୍ସା ପାଇଁ ଅଛନ୍ତି । ଭିଡିଓ ସେୟାର କରି ସେ ନିଜେ ଏହାର ସୂଚନା ଦେଇଛନ୍ତି ।
ଇନଷ୍ଟାରେ ସେ ଏକ ଭିଡିଓ ସୋର କରିଛନ୍ତି । ଯେଉଁଥିରେ ସେ ବରଫ ରାସ୍ତାରେ ଚାଲିଚାଲି ଯାଉଥିବା ନଜର ଆସୁଛନ୍ତି । ଏବଂ ଏହା ସହିତ ସେ ଲେଖିଛନ୍ତି ଯେ, ‘ ବରଫରେ ପୁରା ପରଫେକ୍ଟ ଓ୍ବାର୍କ । ଆଜି ଜର୍ମାନୀରେ ଶେଷ ଦିନ । ଆଜି ମୋ ଚିକିତ୍ସାର ଶେଷ ଦିନରେ ଡ.ମୁଲରଙ୍କୁ ଭେଟିବାକୁ ଯାଉଛି । ତାଙ୍କ ପାଖରେ ସବୁଦିନ ପାଇଁ କୃତଜ୍ଞ ।
ସୂଚନା ଅନୁଯାୟୀ, ଅନେକ ଦିନ ଧରି ଅନିଲ କପୁର ପାଦରେ ଯନ୍ତ୍ରଣାଜନିତ ସମସ୍ୟାରେ ପିଡୀତ ଅଛନ୍ତି । ଆଉ ଏବେ ସେ ତାଙ୍କର କର୍ମବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି, ସେ ତାଙ୍କର ଚିକିତ୍ସା ପାଇଁ ଜର୍ମାନୀ ଯାଇଛନ୍ତି ।
ତେବେ ତାଙ୍କର ଏହି ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।


