
ନୂଆଦିଲ୍ଲୀ, ୨୭/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଫିଲ୍ମରେ ସବୁବେଳେ ସକ୍ରିୟ ରହୁଥିବା ଦିଶା, ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ତାଙ୍କର ଫଟୋ ହେଉ ବା ଭିଡିଓ , ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ତାଙ୍କ ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ସବୁବେଳେ ଚାହିଁ ରହି ଥାଆନ୍ତି । ତେବେ ନିକଟରେ ସେ ସଲମାନ୍ ଖାନଙ୍କ ଫିଲ୍ମ ‘ଅନ୍ତିମ:ଦ ଫାଇନାଲ ଟ୍ରୁଥ୍’ର ସ୍କ୍ରିନିଂ ପାଇଁ ଯାଇ ପହଞ୍ଚିଥିଲେ । ଯେଉଁଠି ସେ ଏକ ହଳଦିଆ ରଙ୍ଗର କ୍ରପ୍ ଟପ୍ସ ଏବଂ ଡେନିମ୍ ପ୍ୟାଣ୍ଟରେ ନଜର ଆସିଥିଲେ । ଏହି ଆଉଟଫିଟରେ ଖୁବ୍ ସୁନ୍ଦର ଲାଗୁଥିଲେ ଦିଶା । ତାଙ୍କର ଏହି ଫଟୋ ଦେଖିବା ପରେ, ୟୁଜର୍ସ ଭାବୁଛନ୍ତି ଯେ, ସେ ତାଙ୍କ ଚେହେରାର ସର୍ଜରୀ କରାଇଛନ୍ତି ବୋଲି । ସେ ତାଙ୍କର ଲୁକକୁ ଆଉ ଟିକେ ସୁନ୍ଦର କରିବା ପାଇଁ , ନାକ ଏବଂ ଓଠର ସର୍ଜରୀ କରାଇଛନ୍ତି । ଏହାକୁ ନେଇ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।
ଜଣେ ୟୁଜର ଲେଖିଛନ୍ତି ଯେ, ଦିଶା କେତେ ଅଲଗା ଲାଗୁଛନ୍ତି’ । ଅନ୍ୟଜଣେ ଲେଖିଛନ୍ତି, ‘ସେ ତାଙ୍କ ନାକ ସହିତ କିଛି କରିଛନ୍ତି’ । ଏମିତି ସମସ୍ତେ ସେ ସର୍ଜରୀ କରାଇଥିବା ନେଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


