
ନୂଆଦିଲ୍ଲୀ, ୨୭/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ, ପରସ୍ପରର ଜୀବନ ସାଥି ହୋଇ, ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ତାଙ୍କ ବିବାହରେ ଅନେକ ସେଲିବ୍ରେଟି ସାମିଲ ହୋଇଥିଲେ । ଏହା ସହିତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିଥିଲା । ତେବେ ତାଙ୍କ ବିବାହ ଉସ୍ବବରେ ଯେଉଁ ବନ୍ଧୁମାନେ ସାମିଲ ହୋଇ ପାରି ନଥିଲେ,ତାଙ୍କ ପାଇଁ ଏହି ନବବିବାହିତ ଯୋଡି ବିବାହର ଲଡୁ ସହିତ, ଏକ ଖାସ ନୋଟ୍ ପଠାଉଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ରାଜକୁମାରଙ୍କ ବନ୍ଧୁ ତଥା ଡିଜାଇନର ମସାବା ଗୁପ୍ତା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରାଜକୁମାର ରାଓ ଏବଂ ପତ୍ରଲେଖା ତାଙ୍କ ପାଇଁ ମୋତିଚୁର ଲଡୁ ସହିତ ଏକ ନୋଟ୍ ପଠାଇଛନ୍ତି । ନୋଟରେ ସେ ଲେଖିଛନ୍ତି, ‘ଶେଷରେ ଆମେ ଏହା କରି ଦେଖାଇଛୁ । ଆପଣଙ୍କୁ ଜଣାଇ ଖୁସି ଲାଗୁଛି ଯେ, ୧୧ ବର୍ଷ ଦୁହେଁ ଦୁହିଁଙ୍କ ବେଷ୍ଟଫ୍ରେଣ୍ଡ ହୋଇ ରହିବା ପରେ, ଆମେ ଚଣ୍ଡିଗଡରେ ବିବାହ କରିଛୁ । ପରିସ୍ଥିତି ପାଇଁ ଖାସ୍ ଦିନରେ ଆପଣ ଆମ ସାଥିରେ ନଥିଲେ । ଏଥିପାଇଁ ଆମେ ଏହି ଖାସ୍ ଉପହାର ପଠାଉଛୁ । ପତ୍ରଲେଖା ଏବଂ ରାଜକୁମାର’ ।
ତେବେ ତାଙ୍କର ଏହି ଖାସ୍ ଉପହାରର ଫଟୋ ସେୟାର କରି ମସାବା ଲେଖିଛନ୍ତି ଯେ, ‘ ଦୋ ଖୁବସୁରତ୍ ଲୋଗ୍ ଏକ୍ ସାଥ,ମୁବାରକ୍ ହୋ’ ।






